ଶିମଲା:ହିମାଚଳ ପ୍ରଦେଶର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଶୁକ୍ରବାର ଦିନ ଚାମ୍ବାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସେପଟେ ହିମାଚଳ ପ୍ରଦେଶ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ରାଜ୍ୟବାସୀଙ୍କୁ ପାଇଁ ଏକ ବଡ ଘୋଷଣା କରିଛନ୍ତି ।
ସେହିପରି ହିମାଚଳ ପ୍ରଦେଶରେ ୧୨୫ ୟୁନିଟ୍ ମାଗଣା ବିଦ୍ୟୁତ୍ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଘୋଷଣା କରିଛନ୍ତି । ବର୍ତ୍ତମାନ ରାଜ୍ୟର ପ୍ରତ୍ୟେକ ପରିବାର ୧୨୫ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପାଇବେ । ଏହା ଦ୍ବାରା ପ୍ରାୟ ୧୧ ଲକ୍ଷ ପରିବାର ଲୋକେ ଏହି ଯୋଜାନର ଉପକୃତ ହେବ । ତେବେ ଏହା ଏହା ପୂର୍ବରୁ ୬୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ଘରୋଇ ବିଦ୍ୟୁତ୍ ଯୋଗାଇ ଦିଆଯାଉଥିଲା ।