ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମଥୁରାରେ ଏକ କୋଠା ଭୁଶୁଡି 5 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଆହତ ମଧ୍ୟ ହୋଇଛନ୍ତି । ଆଜି ଅପରାହ୍ନରେ ଏହି ଅଘଟଣ ଘଟିଛି । ଏବେ ମଧ୍ୟ ଉଦ୍ଧାର ଅପରେସନ ଜାରି ରହିଛି । କୋଠାର ଭଗ୍ନାବଶେଷ ତଳୁ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଯାଉଛି । ସହରର ବାଙ୍କବିହାରୀ ମନ୍ଦିର ନିକଟରେ ଥିବା ଏହି ପୁରୁଣା କୋଠାଟି ଆଜି (ମଙ୍ଗଳବାର) ଅପରାହ୍ନରେ ଭୁଶୁଡି ପଡିଛି । ତେବେ ପ୍ରାଥମିକ ଭାବେ 5 ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିବା ବେଳେ ମୃତାହତଙ୍କ ପ୍ରକୃତ ସଂଖ୍ୟା ସମ୍ପର୍କରେ ଏପର୍ଯ୍ୟନ୍ତ ଆକଳନ କରାଯାଇ ପାରିନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତାହତଙ୍କ ସଂଖ୍ୟା ମଧ୍ୟ ବଢିବାର ଯଥେଷ୍ଟ ଆଶଙ୍କା ରହିଛି ।
ଆଜି ଅପରାହ୍ନରେ ବାଙ୍କବିହାରୀ ମନ୍ଦିର ନିକଟରେ ଥିବା ଏହି ପୁରୁଣା କୋଠାର ଉପର ଅଂଶ ହଠାତ୍ ଭୁଶୁଡି ପଡିଥିଲା । କୋଠାର ଭଗ୍ନାବଶେଷ ତଳେ 5 ଜଣ ଲୋକେ ଚାପି ହୋଇ ପ୍ରାଣ ହରାଇଥିଲେ । କୋଠା ଭୁଶୁଡିବାର ନିର୍ଦ୍ଦିଷ୍ଟ କାରଣ ଜଣାପଡିନଥିଲେ ସୁଦ୍ଧା ପୁୁରୁଣା କୋଠାଟି ଦୁର୍ବଳ ହୋଇପଡିଥିବା କାରଣରୁ ଭୁଶୁଡି ପଡିଥିବା ସନ୍ଦେହ କରାଯାଇଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାରକାରୀ ଟିମ, ଫାଏର ଟିମ ଓ ମେଡିକାଲ ଟିମ ମିଳିତ ଭାବେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଏକାଧିକ ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।
ଏହା ମଧ୍ୟ ପଢନ୍ତୁ :-Rajasthan: ଟ୍ରକକୁ ପିଟିଲା ବୋଲେରୋ, ଗୋଟିଏ ପରିବାର 6 ମୃତ