ଓଡିଶା

odisha

ETV Bharat / bharat

ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା: କାର ଓ ଟ୍ରଲି ମୁହାଁମୁହିଁ ଧକ୍କା, 7 ମୃତ

କାର ଓ ଟ୍ରଲି ମୁହାଁମୁହିଁ ଧକ୍କା ହେବାରୁ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଆହତ। ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Oct 29, 2023, 9:19 AM IST

ଜୟପୁର: ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା। କାର ଓ ଟ୍ରଲି ମୁହାଁମୁହିଁ ଧକ୍କା ହେବାରୁ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଥିବା ସୂଚନା। ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 4ଜଣ ମହିଳା, ଦୁଇ ଜଣ ପୁରୁଷ ଓ ଜଣେ ନାବାଳିକା ରହିଛନ୍ତି । ହନୁମାନଗଡ ଜିଲ୍ଲାର ନାଉରଙ୍ଗଦେସରରେ। ଦୁଇ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାପରେ ଟ୍ରଲି ଡ୍ରାଇବର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।

କାରରେ ମୋଟ 9ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ସାମ୍ନାପଟୁ ଆସୁଥିବା ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ହନୁମାନଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 7 ମୃତକଙ୍କ ଶରୀରରୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି । ଦୁଇ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ଅଧିକ ଚିକିତ୍ସା ପାଇଁ ହନୁମାନଗଡରୁ ବିକାନେରକୁ ପଠାଯାଇଛି ।

ଏହା ମଧ୍ୟ ପଢନ୍ତୁ-Chikkaballapur Accident: ସିମେଣ୍ଟ ଟ୍ରକକୁ ଧକ୍କା ଦେଲା ଟାଟା ସୁମୋ, 12 ମୃତ

ଗତ ଅକ୍ଟୋବର 26 ତାରିଖରେ କର୍ଣ୍ଣାଟକର ଚିକ୍କାବାଲାପୁରରେ ମରମମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ସିମେଣ୍ଟ ଟ୍ରକକୁ ପଛରୁ ଟାଟା ସୁମୋ କାର ଧକ୍କା ଦେବାରୁ 13 ଜଣଙ୍କର ମୃତ୍ୟୁ ହୋଇଥିଲା । ଚିକ୍କାବାଲାପୁରର ଟ୍ରାଫିକ ପୋଲିସ ଷ୍ଟେସନ ନିକଟ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ 2 ଜଣ ଆହତ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଥିଲେ । ଟାଟା ସୁମୋରେ 15 ଜଣ ଲୋକ ଯାତ୍ରା କରୁଥିଲେ । ରାସ୍ତାରେ ଛିଡା ହୋଇଥିବା ସିମେଣ୍ଟ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଟାଟାସୁମୋ । ସମସ୍ତ ମୃତକ ଆନ୍ଧ୍ରପ୍ରଦେଶର । ଆନ୍ଧ୍ରପ୍ରଦେଶରୁ ବେଙ୍ଗାଲୁରୁ ଯାଉଥିବା ବେଳେ ଟାଟା ସୁମୋ କାର 44 ନମ୍ବର ଜାତୀୟ ରାଜପଥରେ ଛିଡା ହୋଇଥିବା ସିମେଣ୍ଟ ଟ୍ରକକୁ ଧକ୍କା ଦେଇଥିଲା ।

ଗତ ଅକ୍ଟୋବର 24 ତାରିଖରେ ତାମିଲନାଡୁରେ ସଡକ ଦୁର୍ଘଟଣା ଘଟିଥିଲା । ସରକାରୀ ବସ୍‌ ଓ ଟାଟା ସୁମୋ କାର ମଧ୍ୟରେ ଦୁର୍ଘଟଣା ଘଟିବାରୁ 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଜଣ ଆହତ ହୋଇଥିଲେ। ଥିରୁବନ୍ନାମଲାଇ ଜିଲ୍ଲା ଅନ୍ତର୍ଗତ ସଙ୍ଗମ-କ୍ରିଷ୍ଣାଗିରି ହାଇଓ୍ବେରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତଙ୍କ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ABOUT THE AUTHOR

...view details