ଓଡିଶା

odisha

ETV Bharat / bharat

Delta ଓ Omicron ଲଢେଇ ପାଇଁ ବାଇଡେନ ସରକାରଙ୍କ ବୁଷ୍ଟର ପ୍ଲାନ - ବାଇଡେନ ସରକାରଙ୍କ କୋଭିଡ ପ୍ରସ୍ତୁତି

Delta ଓ Omicron ବିରୋଧରେ ଲଢିବା ପାଇଁ ବାଇଡେନ ପ୍ରଶାସନର ପ୍ରସ୍ତୁତି । ଆମେରିକା ପାଇଁ ରାଷ୍ଟ୍ରପତି ବାଇଡେନ କରିପାରନ୍ତି ନୂଆ ଘୋଷଣା । କୋଭିଡ ବିରୋଧୀ ଲଢେଇ ସହ ଅର୍ଥନୀତିକୁ ମଧ୍ୟ ସୁରକ୍ଷା ଦେବାକୁ ଯୋଜନା । ଅଧିକ ପଢନ୍ତୁ

Delta ଓ Omicron ବିରୋଧରେ ଲଢେଇ ପାଇଁ ବାଇଡେନ ପ୍ରଶାସନର ବୁଷ୍ଟର ପ୍ଲାନ
Delta ଓ Omicron ବିରୋଧରେ ଲଢେଇ ପାଇଁ ବାଇଡେନ ପ୍ରଶାସନର ବୁଷ୍ଟର ପ୍ଲାନ

By

Published : Dec 3, 2021, 8:20 AM IST

ୱାଶିଂଟନ: ଆମେରିକାର COVID-19ର ମୁକାବିଲା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନୂତନ ପ୍ଲାନ ଷୋଘଣା କରିଛନ୍ତି । ଏନେଇ ହ୍ବାଇଟ ହାଉସ ପକ୍ଷରୁ ସୂଚନା ମିଳିଛି । ଗୁରୁବାର ଏକ ବିବୃତ୍ତିରେ ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି, ଆମେରିକା କୋଭିଡ ବିରୋଧୀ ଲଢେଇରେ ଅନେକ ସଫଳତା ପାଇଛି ଏବଂ ପୂର୍ବାପେକ୍ଷା ଏବେ ଅଧିକ ସକ୍ଷମ ।

ବର୍ତ୍ତମାନ ସମୟରେ ସଂକ୍ରମଣ ପରି ସ୍ଥିତି ଦେଖାଗଲେ ସ୍କୁଲ ଏବଂ ବ୍ୟବସାୟକୁ ବନ୍ଦ ନକରି ଏହି ଭୂତାଣୁ ସହିତ ଯୁଦ୍ଧ ଜାରି ରଖିବାକୁ ପଡିବ । ଦେଶରେ ସାର୍ବଜନୀନ ସ୍ବାସ୍ଥ୍ୟ ଭିତ୍ତିଭୂମି ସହ ଏହି କୋଭିଡ ବିରୋଧୀ ଲଢେଇ ଏବଂ ଅର୍ଥନୀତିକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡିବ । ତେବେ ବର୍ତ୍ତମାନ ବିଶ୍ବରେ ନୂଆ ଭ୍ୟାରିଏଣ୍ଟ ଚିନ୍ତାର କାରଣ ପାଲଟିଥିବା ବେଳେ ଆମେରିକୀୟଙ୍କ ପାଇଁ ବୁଷ୍ଟର ପ୍ଲାନ ଆଣିଛନ୍ତି ରାଷ୍ଟ୍ରପତି ବାଇଡେନ ।

ଓମିକ୍ରନ୍ ଏବଂ ଡେଲଟା ପ୍ରକାରଗୁଡିକ ସହିତ ଲଢିବା ପାଇଁ ସମସ୍ତ ବୟସ୍କ ଓ ପିଲାମାନଙ୍କୁ ସୁରକ୍ଷା ଦେବା ଏବଂ ବିଦ୍ୟାଳୟଗୁଡ଼ିକୁ ଖୋଲା ରଖିବା ସହ ଟୀକାକରଣକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ବରାନ୍ବିତ କରିବା, ଆମେରିକୀୟଙ୍କ ପାଇଁ ଘରେ ମାଗଣା ପରୀକ୍ଷଣ ଓ ସର୍ଭିଲାନ୍ସ ପ୍ରକ୍ରିୟା ପ୍ରମୁଖ ଜାରି ରଖିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ସେହିପରି କୋଭିଡ ବିରୋଧୀ ଲଢେଇରେ ଅର୍ଥନୀତିକୁ ମଧ୍ୟ ପ୍ରାଧାନ୍ୟ ଦେବାକୁ ହେବ । କାର୍ଯ୍ୟକ୍ଷେତ୍ର ଓ ଆନ୍ତର୍ଜାତୀୟ ଭ୍ରମଣ କ୍ଷେତ୍ରରେ ମଧ୍ୟ ପ୍ରୋଟକଲ ସହ ପ୍ରକ୍ରିୟାକୁ ସ୍ବାଭବିକ ରଖିବା ଦିଗରେ କାର୍ଯ୍ୟ କରିବାକୁ ହେବ ବୋଲି ହ୍ବାଇଟ ହାଉସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details