ୱାଶିଂଟନ: ଆମେରିକାରେ ଭାରତୀୟଙ୍କ ଚମକ । ଭାରତୀୟ ବଂଶଦ୍ଭୋବ ରଶଦ ହୁସେନଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ପାଇଁ ରାଷ୍ଟ୍ରଦୂତ ଭାବେ ମନୋନିତ କରିଛନ୍ତି । ରଶଦ ପ୍ରଥମ ଭାରତୀୟ ମୁସଲିମ୍ ଭାବେ ଆମେରିକା ସରକାରଙ୍କ ଜଣେ କର୍ମଚାରୀ ଭାବେ ନିଯୁକ୍ତି ପାଇଛନ୍ତି ।
ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ପାର୍ଟନରସିପ୍ ଏବଂ ଗ୍ଲୋବାଲ୍ ଏନଗେଜମେଣ୍ଟ ପାଇଁ ରଶଦ ହୁସେନ୍ ନିର୍ଦ୍ଦେଶକ ଭାବେ ଚୟନ ହୋଇଛନ୍ତି । ସେ ଏହା ପୂର୍ବରୁ ନ୍ୟାୟ ବିଭାଗର ଜାତୀୟ ସୁରକ୍ଷା ବିଭାଗରେ ବରିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ ବୋଲି ହ୍ୱାଇଟ ହାଉସର ବିବୃତ୍ତିରେ କୁହାଯାଇଛି ।
ଆମେରିକା ପୂର୍ବତନ ପ୍ରଧାନମନ୍ତ୍ରୀ ବାରାକ୍ ଓବାମାଙ୍କ ଶାସନ ସମୟରେ, ରଶଦ ଆମେରିକାର ସ୍ବତନ୍ତ୍ର ଦୂତ ଭାବରେ ଇସଲାମିକ୍ ସହଯୋଗ (ଓଆଇସି), ଆତଙ୍କବାଦ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବା ତଥା ହ୍ବାଇଟ ହାଉସର ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ । ସେ ଶିକ୍ଷା, ଉଦ୍ୟୋଗୀ, ସ୍ୱାସ୍ଥ୍ୟ, ଆନ୍ତର୍ଜାତୀୟ ସୁରକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ତଥା ଅନ୍ୟାନ୍ୟ କ୍ଷେତ୍ରରେ ସହଭାଗିତା ବିସ୍ତାର କରିବାକୁ ଇସଲାମିକ୍ ସହଯୋଗ ସଙ୍ଗଠନ (ଓଆଇସି) ଏବଂ ମିଳିତ ଜାତିସଙ୍ଘ, ବୈଦେଶିକ ସରକାର ଏବଂ ନାଗରିକ ସମାଜ ସଙ୍ଗଠନ ଭଳି ବିଭିନ୍ନ ସଙ୍ଗଠନ ସହ କାର୍ଯ୍ୟ କରିଥିଲେ । ଆତଙ୍କବାଦୀ ମୁକାବିଲା ତଥା ମୁସଲମାନ ସଂଖ୍ୟାଲଘୁ ଦେଶରେ ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ପାଇଁ ରଶଦ ମଧ୍ୟ ଉଦ୍ୟମ କରିଥିଲେ ।