ଓ୍ବାଶିଂଟନ:ୟୁକ୍ରେନ-ଋଷିଆ ନେଇ ଲାଗି ରହିଥିବା ବିବାଦ ଉପରେ ସାରା ବିଶ୍ବର ନଜର ରହିଥିବା ବେଳେ ସ୍ଥିତି ନିୟନ୍ତ୍ରଣକୁ ଆସୁଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରଶାରିତ ହେଉଛି । ଋଷିଆ ଦ୍ବାରା କରାଯାଉଥିବା ସୈନ୍ୟ ପ୍ରତ୍ୟାହାର ଦାବିକୁ ଅଦ୍ୟାବଧି ୟୁକ୍ରେନ ସମତେ କିଛି ପଶ୍ଚିମ ରାଷ୍ଟ୍ର ବିଶ୍ବାସକୁ ନେଉ ନଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ଭୟଙ୍କର ଆଶଙ୍କା ପ୍ରକାଶ କରିଛନ୍ତି ।
ଆଜି (ଗୁରୁବାର) ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି ଯେ, ଋଷ ଆସନ୍ତା କିଛି ଦିନ ମଧ୍ୟରେ ୟୁକ୍ରେନ ଉପରେ ଆକ୍ରମଣ କରିବାର ଆଶଙ୍କା ଯଥେଷ୍ଟ । ଗଣମାଧ୍ୟମକୁ ସମ୍ବୋଧିତ କରିବା ଅବସରରେ ବାଇଡେନ କହିଛନ୍ତି, ଋଷିଆ ସୈନ୍ୟ ପ୍ରତ୍ୟାହାର ନେଇ ଦାବି କରିଆସୁଥିବା ବେଳେ ସେପରି କିଛି ସୂଚନା ଦୃଶ୍ୟମାନ ହେଉନାହିଁ । ଏବେ ମଧ୍ୟ ଋଷିଆ ସେନାର ବହୁ ଯବାନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହ ପ୍ରସ୍ତୁତିରେ ଲାଗିଛନ୍ତି । ତେଣୁୁ ଆଗାମି କିଛି ଦିନ ମଧ୍ୟରେ ପୁଣି ଥରେ ଋଷ ସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରିବା ସହ ଆକ୍ରମଣ ମଧ୍ୟ କରିପାରେ ବୋଲି ଆଶଙ୍କା ମଧ୍ୟ ସ୍ପଷ୍ଟ ଦେଖାଯାଉଥିବା ବାଇଡେନ କହିଛନ୍ତି ।