ନୂଆଦିଲ୍ଲୀ: ଭୂଟାନ ଆଜି (ଶୁକ୍ରବାର) ନିଜ ରାଷ୍ଟ୍ରୀୟ ଦିବସ (Bhutan National Day) ପାଳନ କରୁଛି । ଏହି ଅବସରରେ ଭୂଟାନ ନିଜର ସର୍ବୋଚ୍ଚ ବେସାମରିକ ସମ୍ମାନ (Bhutan Highest civilian award) ‘ନଗାଦା ପେଲ ଗି ଖୋରଲୋ’ (Ngadag Pel gi Khorlo) ସମ୍ମାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିଛି ।
ଭୂଟାନ ପ୍ରଧାନମନ୍ତ୍ରୀ ଲୋତେ ଶୋରିଂଗ ( Bhutan Prime Minister Lotay Tshering) ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି । କହିଛନ୍ତି ସେ ଅତ୍ୟନ୍ତ ଖୁସି ଯେ ଭୂଟାନର ସର୍ବୋଚ୍ଚ ସମ୍ମାନ ‘ନଗାଦା ପେଲ ଗି ଖୋରଲୋ’କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବାକୁ ଘୋଷଣା କରାଯାଇଛି ।
ଲୋତେ ଶୋରିଂଗ କହିଛନ୍ତି ବିନା କୌଣସି ସର୍ତ୍ତରେ ଭାରତର ପ୍ରଧାନମନ୍ତ୍ରୀ ଓ ଭାରତବାସୀ ଭୂଟାନର ପ୍ରତ୍ୟେକ ସ୍ଥିତିରେ ଛିଡା ହୋଇଛନ୍ତି । ବିଶେଷ କରି କୋଭିଡ (Corona virus Pandemic) ଭଳି ମହାମାରୀ ସ୍ଥିତିରେ ଭାରତ ଭୂଟାନକୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଇଛି । ଭୂଟାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆହୁରି କୁହାଯାଇଛି କି, ଭାରତର ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମାନର ହକଦାର । ଭୂଟାନବାସୀଙ୍କ ପକ୍ଷରୁ ଏହି ସମ୍ମାନ ପାଇଁ ମୋଦିଙ୍କୁ ଅଭିନନ୍ଦନ । ମୋଦି ଜଣେ ମହାନ ଅଧ୍ୟାତ୍ମିକ ବ୍ୟକ୍ତି । ଏହି ସମ୍ମାନ ଉତ୍ସବକୁ ଏକତ୍ରିତ ମନାଇବାକୁ ମୁଁ ଉତ୍ସାହିତ ଅଛି ବୋଲି ଭୂଟାନ ପ୍ରଧାନ ମନ୍ତ୍ରୀ କହିଛନ୍ତି ।