ଓଡିଶା

odisha

ଆଜି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ

By

Published : Sep 13, 2021, 7:41 AM IST

ଗୁଜୁରାଟର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆଜି ରାଜ୍ୟର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଅପରାହ୍ନ ୨.୨୦ ମିନିଟରେ ଭୂପେନ୍ଦ୍ର ଶପଥ ନେବେ । ଅଧିକ ପଢନ୍ତୁ...

Bhupendra Yadav
Bhupendra Yadav

ଗାନ୍ଧୀନଗର: ଗୁଜୁରାଟର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆଜି ରାଜ୍ୟର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଅପରାହ୍ନ ୨.୨୦ ମିନିଟରେ ଭୂପେନ୍ଦ୍ର ଶପଥ ନେବେ । ଆସନ୍ତା ୨ ରୁ ୪ ଦିନ ମଧ୍ୟରେ କ୍ୟାବିନେଟ ଶପଥ ନେବେ ବୋଲି ବିଜେପି ସ୍ପଷ୍ଟ କରିଛି ।

ରାଜଭବନ ଅଭିଷେକ ହଲରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ । ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ରହିବେ । ଏହାବାଦ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ଗୁଜୁରାଟ ବିଧାନସଭାର ସମସ୍ତ ମୁଖ୍ୟମନ୍ତ୍ରୀ ଓ ବର୍ତ୍ତମାନ ଗୁଜୁରାଟରେ ଥିବା ୫ ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ସାମିଲ ହେବେ ।

ଗତକାଲି (ରବିବାର) ଅହମ୍ମଦାବାଦରେ ବସିଥିଲା ବିଜେପି ବିଧାୟକ ଦଳ ବୈଠକ । ବୈଠକରେ କେନ୍ଦ୍ର ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ଗୁଜୁରାଟରୁ କେନ୍ଦ୍ର କ୍ୟାବିନେଟରେ ପ୍ରତିନିଧିତ୍ବ କରୁଥିବା ମନସୁଖ ମାଣ୍ଡଭିୟ, ପୁରୁଷତ୍ତୋମ ରୂପାଲା ଓ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତ ବିଧାୟକଙ୍କ ସହ ଆଲୋଚନା ପରେ ସର୍ବସମ୍ମତି କ୍ରମେ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଭୂପେନ୍ଦ୍ର ପଟେଲଙ୍କ ନାଁ ଘୋଷଣା କରିଥିଲେ । ନାଁ ଘୋଷଣାର କିଛି ସମୟ ପର୍ଯ୍ୟନ୍ତ ଗୁଜୁରାଟ ବିଜେପି ମୁଖ୍ୟାଳୟରେ ଚାଲିଥିଲା ଶୁଭେଚ୍ଛା ଅଭିନନ୍ଦନର ପର୍ବ ।

ପରେ ସଂଧ୍ୟା ୬ ଟା ରେ ବିଜେପି ଟିମ ସରକାର ଗଠନ ପାଇଁ ରାଜଭବନ ଯାଇ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ । ରାଜ୍ୟପାଳ ଆଜି (ସୋମବାର) ଅପରାହ୍ନ ୨ .୨୦ ମିନିଟରେ ଶପଥ ଗ୍ରହଣ କରିବାକୁ ନିମନ୍ତ୍ରଣ କରିଛନ୍ତି ।

@ANI

ABOUT THE AUTHOR

...view details