ଓଡିଶା

odisha

ETV Bharat / bharat

ଭୂପେନ୍ଦ୍ର ପଟେଲ ହେବେ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ

ଭୂପେନ୍ଦ୍ର ପଟେଲ ହେବେ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ । ଘାଟଲୋଦିଆ ଆସନରୁ ବିଧାୟକ ଅଛନ୍ତି ଭୂପେନ୍ଦ୍ର । ଅଧିକ ପଢନ୍ତୁ...

By

Published : Sep 12, 2021, 4:23 PM IST

Updated : Sep 12, 2021, 4:43 PM IST

ଭୂପେନ୍ଦ୍ର ପଟେଲ ହେବେ ଗୁଜୁରାଟ ନୂଆ ମୁଖ୍ୟମନ୍ତ୍ରୀ
ଭୂପେନ୍ଦ୍ର ପଟେଲ ହେବେ ଗୁଜୁରାଟ ନୂଆ ମୁଖ୍ୟମନ୍ତ୍ରୀ

ଗାନ୍ଧୀନଗର: ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିଛି ବିଧାୟକ ଦଳର ମୋହର । ଭୂପେନ୍ଦ୍ର ପଟେଲ ହେବେ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ । ଘାଟଲୋଦିଆ ଆସନରୁ ବିଧାୟକ ଅଛନ୍ତି ଭୂପେନ୍ଦ୍ର । 2017 ବିଧାନସଭା ନିର୍ବାଚନରେ ​​ଭୁପେନ୍ଦ୍ର ଭାଇ ରଜନୀକାନ୍ତ ପଟେଲ ଅହମ୍ମଦାବାଦ ଜିଲ୍ଲାର ଘାଟଲୋଦିଆ ଆସନରୁ କଂଗ୍ରେସର ଶଶିକାନ୍ତ ଭାସୁଦେବଭାଇ ପଟେଲଙ୍କୁ ପରାସ୍ତ କରିଥିଲେ ।

ବିଜୟ ରୂପାଣୀଙ୍କ ଇସ୍ତଫା ପରେ ଭୂପେନ୍ଦ୍ର ପଟେଲଙ୍କୁ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଚୟନ କରାଯାଇଛି । ବିଜେପି ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ କରାଯାଇଛି ଘୋଷଣା । ସିଏମ ରେସ୍‌ରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ପୁରୁଷୋତ୍ତମ ରୂପାଲା, ପ୍ରଫୁଲ ପଟେଲ, ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ, ସିଆର ପାଟିଲଙ୍କ ନାଁ ସାମିଲ ଥିଲା । ହେଲେ ଗୁଜୁରାଟ ବିଜେପି ବିଧାୟକ ଦଳ ବୈଠକରେ ଭୂପେନ୍ଦ୍ର ପଟେଲଙ୍କ ନାଁରେ ଶେଷ ମୋହର ବାଜିଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟତର କୁହାଯାଉଥିବା ବିଜୟ ରୂପାଣୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେଇଥିଲେ । ଶନିବାର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବିଜୟ ।

ମୁଖ୍ୟମନ୍ତ୍ରୀ ପଦରେ ଅଦଳବଦଳ ପରେ ଗୁଜୁରାଟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଅନେକ ବଡ ପରିବର୍ତ୍ତନର ସମ୍ଭାବନା ରହିଛି । ରାଜ୍ୟ କ୍ୟାବିନେଟର ବର୍ତ୍ତମାନ ମନ୍ତ୍ରୀଙ୍କୁ ହଟାଇ ଦିଆଯାଇପାରେ । ସେମାନଙ୍କ ସ୍ଥାନରେ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ବିଜୟ ରୂପାଣୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନେଇ କୌଣସି ଠୋସ କାରଣ ସାମ୍ନାକୁ ଆସିନାହିଁ ।

Last Updated : Sep 12, 2021, 4:43 PM IST

ABOUT THE AUTHOR

...view details