ଓଡିଶା

odisha

ETV Bharat / bharat

ଶପଥ ନେଲେ ଗୁଜୁରାଟ ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ - Bhupendra Patel sworn-in

ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭୂପେନ୍ଦ୍ର ପଟେଲ । ରବିବାର ବିଧାୟକ ଦଳ ବୈଠକରେ ଭୂପେନ୍ଦ୍ରଙ୍କ ନାଁରେ ବାଜିଥିଲା ମୋହର । ଅଧିକ ପଢନ୍ତୁ...

ଶପଥ ନେଲେ ଗୁଜୁରାଟ ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ
ଶପଥ ନେଲେ ଗୁଜୁରାଟ ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ

By

Published : Sep 13, 2021, 3:59 PM IST

ଗାନ୍ଧୀନଗର: ଭାରତୀୟ ଜନତା ପାର୍ଟିର ସବୁଠୁ ମଜବୁତ ଗଡ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭୂପେନ୍ଦ୍ର ପଟେଲ । ସୋମବାର ହୋଇଛି ଭୂପେନ୍ଦ୍ରଙ୍କ ଶପଥ ଗ୍ରହଣ । ରବିବାର ବିଧାୟକ ଦଳ ବୈଠକରେ ଭୂପେନ୍ଦ୍ରଙ୍କ ନାଁରେ ବାଜିଥିଲା ମୋହର ।

ବିଜୟ ରୂପାଣୀଙ୍କ ଇସ୍ତଫା ପରେ ଭୂପେନ୍ଦ୍ର ପଟେଲଙ୍କୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ କରାଯାଇଛି । ବର୍ତ୍ତମାନ କେବଳ ଭୂପେନ୍ଦ୍ର ପଟେଲ ହିଁ ଶପଥ ନେଇଥିବାବେଳେ ରାଜ୍ୟ କ୍ୟାବିନେଟରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଗାନ୍ଧୀନଗର ସ୍ଥିତ ରାଜଭବନରେ ସୋମବାର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଛନ୍ତି ଭୂପେନ୍ଦ୍ର ପଟେଲ । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟର, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ପ୍ରମୁଖ ଉପସ୍ଥିତ ଥିଲେ ।

ଭୂପେନ୍ଦ୍ର ପଟେଲ ଶପଥ ନେବା ପରେ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଗୁଜୁରାଟର ୧୭ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଭୂପେନ୍ଦ୍ର ପଟେଲ । ଗୁଜୁରାଟ ଘାଟଲୋଡିୟା ବିଧାନସଭା ଆସନରୁ ବିଧାୟକ ଅଛନ୍ତି ଭୂପେନ୍ଦ୍ର । ୫୯ ବର୍ଷୀୟ ଭୂପେନ୍ଦ୍ର ପଟେଲ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ଆନନ୍ଦୀବେନ ପଟେଲ ରାଜ୍ୟପାଳ ହେବା ପରେ ତାଙ୍କ ଆସନରୁ ନିର୍ବାଚନ ଲଢି ବିଧାୟକ ହୋଇଥିଲେ ଭୂପେନ୍ଦ୍ର । ଏହି ଆସନ ଗାନ୍ଧୀନଗର ଲୋକସଭା ସିଟ୍‌ ଅଧିନରେ ଆସୁଛି ।

ଆସନ୍ତା ବର୍ଷ ଗୁଜୁରାଟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଭଳିସ୍ଥିତିରେ ପଟିଦାରଙ୍କୁ ସନ୍ତୁଷ୍ଟ କରିବାକୁ ବିଜୟ ରୂପାଣୀଙ୍କୁ ହଟାଇ ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଭାର ଦେଇଛି ବିଜେପି । ନିକଟରେ ମଧ୍ୟ ଅନ୍ୟ କିଛି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଦଳବଦଳ ହୋଇଛି ।

ABOUT THE AUTHOR

...view details