ଭୋପାଳ: ଗୁଜୁରାଟରେ ନିର୍ମାଣ ହେବ ବିଶ୍ବର ବୃହତ୍ତମ ଘରୋଇ ପ୍ରାଣୀ ଉଦ୍ୟାନ । ଏଥିପାଇଁ ମଧ୍ୟପ୍ରଦେଶରୁ ବାଘ ଓ ଚିତାବାଘ ଦେବା ପ୍ରସଙ୍ଗ ବିବାଦ ଘେରକୁ ଆସିଛି । ଅମ୍ବାନୀ ଘରୋଇ ପ୍ରାଣୀ ଉଦ୍ୟାନକୁ ମଧ୍ୟପ୍ରଦେଶରୁ ବାଘ ଓ ଚିତାବାଘ ଆଣିବାକୁ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କଠାରୁ ଏଯାଏ ଅନୁମତି ମିଳିନାହିଁ । ଯାହା ଫଳରେ ବନ୍ୟପ୍ରାଣୀ ବିଶେଷଜ୍ଞ ମାନେ ରିଲାଏନ୍ସକୁ ବାଘ ଏବଂ ଚିତାବାଘ ଦେବାକୁ ବିରୋଧ କରି କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି।
କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଜାମନଗରରେ ଏକ ଘରୋଇ ପ୍ରାଣୀ ଉଦ୍ୟାନ ପାଇଁ ଗତବର୍ଷ ଫେବୃଆରୀରେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କୁ ଅନୁମତି ଦେଇଥିଲେ। ଏହା ଦୁନିଆର ସବୁଠୁ ବଡ ଘରୋଇ ପ୍ରାଣୀ ଉଦ୍ୟାନ ହେବ | ରିଲାଏନ୍ସ ଦ୍ବାରା ନିର୍ମିତ ଏହି ପ୍ରାଣୀ ଉଦ୍ୟାନର ନାମ Green Zoological Rescue and Rehabilitation Kingdom ରଖାଯାଇଛି । ମଧ୍ୟପ୍ରଦେଶକୁ ସିଂହ ଦେବା ପାଇଁ ଗୁଜୁରାଟ ପ୍ରସ୍ତୁତ ନାହିଁ ବୋଲି ପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି । ତେବେ ଜଙ୍ଗଲ ବିଭାଗର ଅଧିକାରୀମାନେ ଅମ୍ବାନୀଙ୍କୁ ମଧ୍ୟପ୍ରଦେଶର ବାଘ ଦେଉଥିବା ନେଇ ପ୍ରଶ୍ନ କରିଛନ୍ତି । ବିଶେଷଜ୍ଞମାନେ ଆହୁରି ମଧ୍ୟ କହିଛନ୍ତି ଦୁଇ ରାଜ୍ୟ ସରକାର ଆଲୋଚନା କରି ଗ୍ରୀନ ଫାଉଣ୍ଡେସନକୁ ଗିର ନ୍ୟାସନାଲ ପାର୍କରୁ ସିଂହ ଦେବା ଉଚିତ । ପରେ ଅନ୍ୟ କୌଣସି ନିଷ୍ପତ୍ତି ନିଆଯିବା ।