ଓଡିଶା

odisha

ETV Bharat / bharat

ପ୍ରଜ୍ଞା ଠାକୁରଙ୍କ ଅଜବ ବୟାନ, ଫୁସଫୁସ ସଂକ୍ରମଣ ଦୂର କରେ ଗୋମୁତ୍ର ! - ପ୍ରଜ୍ଞା ଠାକୁର

ଅଜବ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ମଧ୍ୟପ୍ରଦେଶ ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ଠାକୁର । ଗୋମୁତ୍ର ଫୁସଫୁସ ସଂକ୍ରମଣ ଦୂର କରେ ବୋଲି ଏକ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଜ୍ଞା । ଅଧିକ ପଢନ୍ତୁ...

ପ୍ରଜ୍ଞା ଠାକୁରଙ୍କ ଅଜବ ବୟାନ, ଗୋମୁତ୍ର ଫୁସଫୁସ ସଂକ୍ରମଣ ଦୂର କରେ !
ପ୍ରଜ୍ଞା ଠାକୁରଙ୍କ ଅଜବ ବୟାନ, ଗୋମୁତ୍ର ଫୁସଫୁସ ସଂକ୍ରମଣ ଦୂର କରେ !

By

Published : May 17, 2021, 7:37 PM IST

ଭୋପାଳ: ପୁଣି ଥରେ ନିଜର ଅଜବ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ମଧ୍ୟପ୍ରଦେଶ ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ଠାକୁର । ଗୋମୁତ୍ର ଫୁସଫୁସ ସଂକ୍ରମଣ ଦୂର କରେ ବୋଲି ଏକ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଜ୍ଞା ।

ପ୍ରଜ୍ଞା ଠାକୁର କହିଛନ୍ତି, ମୁଁ ପ୍ରତ୍ୟେକ ଦିନ ଗୋମୁତ୍ର ସେବନ କରେ । ଏହି କାରଣରୁ ମୋତେ କୋରୋନା ହୋଇନାହିଁ । ଏବେଯାଏଁ ମୁଁ ରୋଗରୁ ବଞ୍ଚିକି ଅଛି ।

ଭୋପାଳରେ ରବିବାର ସଂଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଜ୍ଞା ଠାକୁର କହିଛନ୍ତି, ମୁଁ ନିରୁଦ୍ଧିଷ୍ଟ ଥିବା କିଛି ଲୋକ କହୁଛନ୍ତି, ହେଲେ ମୁଁ ଲୋକଙ୍କର ସେବା କରିଆସୁଛି । ବିରୋଧୀ କଂଗ୍ରେସ କୋରୋନା ସଙ୍କଟ ସମୟରେ ପ୍ରଜ୍ଞା ଠାକୁର ନିରୁଦ୍ଧିଷ୍ଟ ହୋଇଯାଇଥିବା ଦାବି କରିଥିଲା ।

ପ୍ରଜ୍ଞ ଠାକୁର ଦୁଇ ବର୍ଷ ପୂର୍ବେ ଦାବି କରିଥିଲେ ଯେ ଗୋମୂତ୍ର ବ୍ୟବହାର ଦ୍ବାରା କର୍କଟ ରୋଗ ଭଲ ହୋଇଯାଏ। ଚଳିତ ବର୍ଷ ଫେବୃଆରୀ ମାସରେ ପ୍ରଜ୍ଞା ସିଂ ଠାକୁର ଛାତି ଯନ୍ତ୍ରଣା ଏବଂ ନିଶ୍ବାସ ନେବାରେ ଅସୁବିଧା ଅନୁଭବ କରିବା ପରେ ଏମ୍ସରେ ଭର୍ତ୍ତି ହୋଇଥିଲେ ।

ABOUT THE AUTHOR

...view details