ଓଡିଶା

odisha

ETV Bharat / bharat

କୋରୋନା କାୟା, ବର୍ତ୍ତୁନାହାଁନ୍ତି ବରିଷ୍ଠ IPS, EOW ଓ ପୋଲିସ ବିଭାଗ - lokayukta office closed virus is unstoppable

ମଧ୍ୟପ୍ରଦେଶ ପୋଲିସ ମୁଖ୍ୟାଳୟ (PHQ) ଏବଂ EOW ରେ ମଧ୍ୟ କୋରୋନା ଭାଇରସ ନିଜର ଉପସ୍ଥିତି ଜାହିର କରିଛି । କେବଳ ପୋଲିସ ଫିଲ୍ଡ କର୍ମଚାରୀଙ୍କ ନୁହନ୍ତି, ବର୍ତ୍ତମାନ ବରିଷ୍ଠ ଆଇପିଏସ୍ ଅଧିକାରୀମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ଅଧିକ ପଢନ୍ତୁ...

ଓ ପୋଲିସ ବିଭାଗରେ ପଶିଲା କୋରୋନା ଭାଇରସ
ଓ ପୋଲିସ ବିଭାଗରେ ପଶିଲା କୋରୋନା ଭାଇରସ

By

Published : Apr 19, 2021, 11:28 AM IST

ଭୋପାଳ: ଦେଶର ଦ୍ବିତୀୟ ଲହର କୋରୋନା ସଂକ୍ରମଣ ଅଧିକ ଭୟଙ୍କର ହେଉଥିବାବେଳେ ବିସ୍ଫୋରକ ପରିସ୍ଥିତି ସଷ୍ଟି କଲାଣି । ଛୁଆଠୁ ବୁଢା ରାଜନେତା ଠାରୁ ଅଭିନେତା ପର୍ଯ୍ୟନ୍ତ କେହି ବି କୋରୋନାରୁ ବର୍ତ୍ତି ପାରିନାହାନ୍ତି। ସେହି କ୍ରମରେ ମଧ୍ୟପ୍ରଦେଶ ପୋଲିସ ମୁଖ୍ୟାଳୟ (PHQ) ଏବଂ EOW ରେ ମଧ୍ୟ କୋରୋନା ଭାଇରସ ନିଜର ଉପସ୍ଥିତି ଜାହିର କରିଛି ।

କେବଳ ପୋଲିସ କର୍ମଚାରୀଙ୍କ ନୁହଁନ୍ତି, ବର୍ତ୍ତମାନ ବରିଷ୍ଠ ଆଇପିଏସ୍ ଅଧିକାରୀମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ଏହାବ୍ୟତୀତ ଜିଲ୍ଲାରେ ଅବସ୍ଥିତ ଆଇଜି, ଡିଜି, ଏସପି କାର୍ଯ୍ୟାଳୟରେ କୋରୋନାକୁ ନେଇ ଆତଙ୍କ ଖେଳିଯାଇଛି। ଭୋପାଳରେ 5 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ସଂକ୍ରମିତ ହୋଇଛନ୍ତି। EOW ଡିଜି ଅଜୟ ଶର୍ମା, ADG ମୋ-ସହିଦ ଆୱାସର, ଏସପି ରାଜେଶ ମିଶ୍ରଙ୍କ ସମେତ ଅନେକ ଅଧିକାରୀ କୋରୋନା ସଂକ୍ରମିତ ହୋଇଛନ୍ତି।

ରାଜଧାନୀ ଭୋପାଳରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି କୋରୋନା ଭାଇରସ୍ । ଏହି କାରଣରୁ କୋରୋନା ପୋଲିସ୍ ମୁଖ୍ୟାଳୟ, EOW ମୁଖ୍ୟାଳୟ, ଲୋକାୟୁକ୍ତ ମୁଖ୍ୟାଳୟ ସହିତ ଏଠାରେ ଅବସ୍ଥିତ ଦ୍ବିତୀୟ ବୃହତ ପୋଲିସ୍ କାର୍ଯ୍ୟାଳୟରେ ମଧ୍ୟ କୋରୋନା ପ୍ରବେଶ କରିସାରିଛି । ଏହାକୁ ଦୃଷ୍ଟିରେ ରଖି EOW ଏବଂ ଲୋକାୟୁକ୍ତ ମୁଖ୍ୟାଳୟ 19 ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

ଏଭଳି ପରିସ୍ଥିତିରେ ପାଖାପାଖି 300 ରୁ ଅଧିକ ପୋଲିସ କର୍ମୀ ସଂକ୍ରମିତ ହୋଇଛନ୍ତି । ଏହାସହ 4 ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ପୋଲିସ ବିଭାଗରେ ବଢୁଥିବା କୋରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ବର୍ତ୍ତମାନ ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ବାରା ଏକ ଗାଇଡଲାଇନ ଜାରି କରାଯାଇଛି।

ABOUT THE AUTHOR

...view details