ଲକ୍ଷ୍ନୌ:ନିଜର ବୟାନବାଜୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି । ସୋମବାର ଆଜାଦ ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ବଡ ଘୋଷଣା କରିଛନ୍ତି । ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେଇ ଆଜାଦ କହିଛନ୍ତି, ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବୀତା କରିବେ।
ତେବେ ସୂଚନା ଅନୁସାରେ, ଗତ ଲୋକସଭା ନିର୍ବାଚନରେ ମଧ୍ୟ ଚନ୍ଦ୍ରଶେଖର ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବୀତା କରିବାକୁ ଘୋଷଣା କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଓହରି ଯାଇଥିଲେ । ଓହରି ଯିବାର କାରଣ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଆଜାଦ କହିଛନ୍ତି, ଗତଥର ଆମର କୌଣସି ପାର୍ଟି ନଥିଲା । ତେଣୁ ନିର୍ବାଚନ ଲଢିବା ନିଷ୍ପତ୍ତିରୁ ସେ ଓହରି ଯାଇଥିଲି ।