କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି । ବିଜେପି ପକ୍ଷରୁ ଜାରି ପ୍ରାର୍ଥୀ ତାଲିକାରେ 148 ଜଣଙ୍କ ନାଁ ହୋଇଛି ଘୋଷଣା । ମୁକୁଲ ରୟ, ତାଙ୍କ ପୁଅ ଶୁଭ୍ରାଂଶୁ ରୟ, ରାହୁଲ ସିହ୍ନା ଓ ସାଂସଦ ଜଗନ୍ନାଥ ସରକାରଙ୍କୁ ଟିକେଟ ଦେଇଛି ଦଳ ।
ଅଭିନେତ୍ରୀ ପାରନୋ ମିତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ରୟ କୃଷ୍ଣାନଗର ଉତ୍ତର ଓ ତାଙ୍କ ପୁଅ ଶୁଭ୍ରାଂଶୁ ବିଜପୁରରୁ ଲଢିବେ ନିର୍ବାଚନ । ସେହିପରି ହାବ୍ରାରୁ ମୈଦାନରେ ରହିବେ ରାହୁଲ ସିହ୍ନା । ସାବିତ୍ରୀ ଚାଟାର୍ଜୀ ଓ ବୈଶାଳୀ ଡାଲମିଆଙ୍କୁ ମଧ୍ୟ ମିଳିଛି ଟିକେଟ ।