ଚେନ୍ନାଇ:ତାମିଲନାଡୁରେ ବିଧାନସଭାରେ ନିର୍ବାଚନ ଲଢିବେ କିନ୍ନର । ଭାରତୀ କନ୍ନମ ନାମକ କିନ୍ନର ଜଣକ ଆସନ୍ତା ତାମିଲନାଡୁ ବିଧାନସଭା ନିର୍ବାଚନରେ ମଦୁରାଇର ଦକ୍ଷିଣ ବିଧାନସଭା ଆସନରେ ପ୍ରାର୍ଥୀପତ୍ର ଦାଖଲ କରିବେ । ମଦୁରାଇ ସହରକୁ ମଡେଲ ସିଟିରେ ପରିଣତ କରିବା ହେଉଛି ତାଙ୍କ ନିର୍ବାଚନ ଲଢିବା ମୁଖ୍ୟ ଲକ୍ଷ୍ୟ । ସେ ନ୍ୟୁ ଜେନେରେସନ ପିପୁଲ୍ସ ପାର୍ଟି ପକ୍ଷରୁ ନିର୍ବାଚନ ଲଢିବେ ।
ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାରରେ କହିଛନ୍ତି ଯେ ମୁଁ ଜଣେ କିନ୍ନର ଭାବରେ ଭାରତର ନିର୍ବାଚନ ଲଢୁଥିବାର ଗୌରବାନ୍ବିତ ମନେ କରୁଛି । ସେ ପୂର୍ବରୁ ମଦୁରାଇ ଆସନରୁ 2014 ଓ 2019ରେ ଲୋକସଭା ଆସନରେ ପ୍ରତିଦ୍ବନ୍ଦିତା କରିଛନ୍ତି । ବର୍ତ୍ତମାନ ସେ ମଦୁରାଇର ଦକ୍ଷିଣ ଆସନରୁ ନିର୍ବାଚନ ଲଢିବା ପାଇଁ ମୈଦାନକୁ ଓହ୍ଲାଇଛନ୍ତି । କିନ୍ନର ଭାରତୀ କନ୍ନମ ଏକ ଉଚ୍ଚ ଶିକ୍ଷିତା ହୋଇଥିବାବେଳେ ସେ ସାମାଜିକ ବିଜ୍ଞାନରେ ଡକ୍ଚରେଟ ହାସଲ କରିଛନ୍ତି । ତାଙ୍କୁ କାହିଁକି ଭୋଟ ଦେବେ ସେ ନେଇ ମଧ୍ୟ ସେ କହିଛନ୍ତି । ଆମ କିନ୍ନର ମାନଙ୍କର କୌଣସି ପରିବାର ନଥାଏ ତେଣୁ ଆମେ ଦୁର୍ନୀତି କାର୍ଯ୍ୟ କରିବୁ ନାହିଁ । ତେଣୁ ତାମିଲନାଡୁବାସିଙ୍କୁ କିନ୍ନରଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ଯଦି ଆମକୁ ନିର୍ବାଚନ ବିଜୟ ହାସଲ କରିବି ତାହା ହେଲେ ପ୍ରତ୍ୟକ ପରିବାରକୁ ସରକାରୀ ଚାକିରି ବ୍ୟବସ୍ଥା ସାଙ୍ଗକୁ ସମସ୍ତଙ୍କୁ ଖାଦ୍ୟ ଯୋଗାଇବା କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।