ନୂଆଦିଲ୍ଲୀ: କୋରୋନା ମହାମାରୀ ବିରୋଧରେ ଚାଲିଥିବା ସଂଘର୍ଷ ଜାରି ରଖିଛି ଦେଶ । ବିଭିନ୍ନ ସଂସ୍ଥା ଦେଶରୁ ଏହି ମହାମାରୀର ମୁକୁଳିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । କେରଳର କୋଚି ରିଫାଇନାରୀ ପରିସରରେ ଭାରତ ପେଟ୍ରୋଲିଅମ 100 ଶଯ୍ୟା ବିଶିଷ୍ଟ କୋଭିଡ ସେଣ୍ଟର ଖୋଲିଥିବା ସୂଚନା ମିଳିଛି ।
ଏହି କୋଭିଡ ସେଣ୍ଟରକୁ ବିପିସିଏଲ ପକ୍ଷରୁ ମାଗଣାରେ ମେଡ଼ିକାଲ ଅକ୍ସିଜେନ, ବିଦ୍ୟୁତ ଓ ପାଣି ଯୋଗାଇ ଦିଆଯାଉଛି । ଅକ୍ସିଜେନକୁ ଷ୍ଟେନଲେସ ଷ୍ଟିଲର ଏକ ପାଇପ ଦ୍ବାରା ଯୋଗାଯାଉଛି । ଏହି କୋଭିଡ ସେଣ୍ଟରକୁ 1500 ଶଯ୍ୟା ବିଶିଷ୍ଟ କରିବା ପାଇଁ ବିପିସିଏଲ ଲକ୍ଷ୍ୟ ରଖିଛି । ଏହାସହିତ ଭାରତ ପେଟ୍ରୋଲିଅମ ରାଜ୍ୟର କୋଚି ରିଫାଇନାରୀରୁ 100 ମେଟ୍ରିକ ଟନ ଅକ୍ସିଜେନ ପ୍ରତି ମାସରେ ପଠାଉଛି । ମୁମ୍ବାଇ ଓ ବିନା ରିଫାଇନାରୀ ମଧ୍ୟ ପ୍ରତି ମାସରେ 600 ମେଟ୍ରିକ ଟନ ଅକ୍ସିଜେନକୁ ସରକାରୀ ହସ୍ପିଟାଲ ଓ ମେଡିକାଲ ସେଣ୍ଟରକୁ ପଠାଉଛି ।