ଓଡିଶା

odisha

ETV Bharat / bharat

ଜାଇକୋଭ-ଡି(ZyCoV-D) ଟୀକାର ସରିଲା ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ

କୋଭିଡ-19 କୁ ରୋକିବାକୁ ଭାରତୀୟ ଫାର୍ମାସ୍ୟୁଟିକାଲ ସଂସ୍ଥା ଜିଡସ୍ କ୍ୟାଡିଲା(Zydus Cadila) ପକ୍ଷରୁ ଜାଇକୋଭ-ଡି(ZyCoV-D) ଟୀକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସଫଳ ।

By

Published : Aug 13, 2020, 7:13 PM IST

ZyCoV-D
କୋଭିଡ-19 କୁ ରୋକିବ ଜାଇକୋଭ-ଡି ଟୀକା

ଅହମ୍ମଦାବାଦ: ସାରା ବିଶ୍ବରେ କାୟା ବିସ୍ତାର କରି ଚାଲିଛି କୋରୋନା ଭାଇରସ । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଏବେସୁଦ୍ଧା 47 ହଜାର ପାର କଲାଣି । ଏହି ମହାମାରୀ ବିରୁଦ୍ଧରେ ଲଢିବାକୁ ଭ୍ୟାକସିନତୁ ନେଇ ବିଶ୍ବର ସବୁ ଦେଶ ମଧ୍ୟରେ ପ୍ରତିଯୋଗୀତା ଚାଲିଥିବାବେଳେ ପ୍ରଥମେ ଋଷିଆ କୋରୋନା ଭ୍ୟାକସିନ ବାହାର କରିସାରିଛି । ଭାରତ ମଧ୍ୟ ସେହି କ୍ରମରେ କୋଭାକ୍ସିନ ଓ ଜାଇକୋଭ-ଡି(ZyCoV-D) ନାମକ ଦୁଇଟି ଭ୍ୟାକସିନକୁ ପ୍ରସ୍ତୁତ କରିଥିବାବେଳେ ଜାଇକୋଭ-ଡି(ZyCoV-D) ଟୀକାକୁ ସୁରକ୍ଷିତ ବୋଲି ଦାବି କରାଯାଉଛି ।

ଭାରତୀୟ ଫାର୍ମାସ୍ୟୁଟିକାଲ ସଂସ୍ଥା ଜିଡସ୍ କ୍ୟାଡିଲା(Zydus Cadila) ଘୋଷଣା କରିଛି ଯେ, କୋଭିଡ-19କୁ ରୋକିବାକୁ ଜାଇକୋଭ-ଡି(ZyCoV-D) ଟୀକା ସଫଳ । ଏଥିରେ ଥିବା ଏହାର ପ୍ଲାଜମିଡ ଡିଏନଏ ଟୀକା କୋଭିଡ-19 ବିରୁଦ୍ଧରେ ଲଢେବାକୁ ସଫଳ । କାରଣ ଏହା ସୁରକ୍ଷିତ ଏବଂ ଏବେ ଏହାର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସଫଳ ହୋଇଛି ।

ବର୍ତମାନ ଏହି ଟୀକାର ଅଗଷ୍ଟ 6 ତାରିଖରୁ ତାର ଦ୍ବିତୀୟ ପର୍ଯ୍ୟାୟ କ୍ଲିନିକାଲ ଟେଷ୍ଟ ଆରମ୍ଭ କରି ସାରିଛି । ତେବେ ଜିଡସ୍ କ୍ୟାଡିଲା କମ୍ପାନୀ ପକ୍ଷରୁ ଗତମାସ ଜୁଲାଇ 15 ରୁ ଆରମ୍ଭ କରାଯାଇଥିବା ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଏହି ଟୀକାର ଡୋଜକୁ କିଛି ସୁସ୍ଥ ସ୍ବେଚ୍ଛାସେବୀଙ୍କ ଉପରେ ପରୀକ୍ଷଣ କରାଯାଇଥିଲା । ଯାହା ସଫଳ ହୋଥିବା କୁହାଯାଉଛି ।

ତେବେ ପୂର୍ବରୁ, ଏହି ଟୀକା ନିରାପଦ, ଇମ୍ୟୁନୋଜେନିକ୍ ଏବଂ ପ୍ରି-କ୍ଲିନିକାଲ୍ ଥିବା ଟେଷ୍ଟ ଅଧ୍ୟୟନରେ କୁହାଯାଇଛି । ଏହି ଟୀକା ପ୍ରାଣୀ ଅଧ୍ୟୟନରେ ମାନବ ଶରୀରରେ ଆଣ୍ଟିବଡିର ମାତ୍ରା ବଢାଇବାରେ ସଫଳ ହେଉଥିବା ଜଣାପଡିଛି । ଜାଇକୋଭ-ଡି(ZyCoV-D) ଟୀକା ମାନବ ଶରୀର ପାଇଁ ସୁରକ୍ଷିତ ପ୍ରମାଣିତ ହେବା ଆମ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଜିଡସ୍ କ୍ୟାଡିଲା (Zydus Cadila) ମେଡିସିନ ଫାର୍ମା କମ୍ପାନୀର ଚେୟାରମ୍ୟାନ ଶ୍ରୀ ପଙ୍କଜ ଆର.ପଟେଲ ।

ଶ୍ରୀ ପଙ୍କଜ ଆର. ପଟେଲ ଆହୁରି ମଧ୍ୟ କହିଛନ୍ତି ଯେ, “ ZyCoV-D ଟୀକାର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଡୋଜିଂ ନେବାର 24 ଘଣ୍ଟା ପର୍ଯ୍ୟନ୍ତ ସବୁ ବିଷୟବସ୍ତୁ ଓ ଗତିବିଧିକୁ କ୍ଲିନିକାଲ ଫାର୍ମାକୋଲୋଜିକାଲ ୟୁନିଟ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିଲା । ଏହାସହ ଟୀକା ନେବା ପରେ 7 ଦିନ ପାଇଁ ମଧ୍ୟ ନଜର ରଖାଯାଇଥିଲା । ଯାହା ପରେ ଏହି ଟୀକା ଅତ୍ୟନ୍ତ ସୁରକ୍ଷିତ ଥିବା ଜଣାପଡିଛି । ବର୍ତମାନ ଆମେ ଦ୍ବିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଛୁ । ଏବଂ ଅଧିକ ଜନସଂଖ୍ୟାରେ ଏହି ଟୀକାର ନିରାପତ୍ତା ପରୀକ୍ଷଣ କରାଯାଇ ଏହାର ଫଳାଫଳକୁ ଅପେକ୍ଷା କରିଛୁ । ”

ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଏହି ଭ୍ୟାକସିନର 7 ଦିନିଆ ନିରାପଦ ଉପରେ ଥିବା ସମସ୍ତ ସମସ୍ତ ବିଷୟଗୁଡ଼ିକ ଉପରେ ଡାଟା ସୁରକ୍ଷା ମନିଟରିଂ ବୋର୍ଡ (DSMB) ଦ୍ବାରା ଅନୁମୋଦନ କରାଯାଇଛି । ଯାହାକୁ କ୍ଲିନିକାଲ୍ ଟ୍ରାଏଲର ସୁରକ୍ଷା ଦିଗଗୁଡିକର ତଦାରଖ ପାଇଁ ଗଠିତ ହୋଇଛି ।

ଦ୍ବିତୀୟ ପର୍ଯ୍ୟାୟ ଅଧ୍ୟୟନରେ ZyCoV-D ଟୀକାକୁ 1ହଜାରରୁ ଅଧିକ ସୁସ୍ଥ ବୟସ୍କ ସେଚ୍ଛାସେବୀଙ୍କ ଉପରେ ପରୀକ୍ଷା କରିବା ପରେ ଏହାର ଫେଜ-1, ଫେଜ-2ରେ ସମସ୍ତ ଦିଗକୁ ଅଧ୍ୟୟନ କରାଯିବ । ZyCoV-D କମ୍ପାନୀ ସଫଳତାର ସହିତ ଦେଶରେ ନନ-ରେପ୍ଲେକେଟିଙ୍ଗ ଏବଂ ନନ-ଇଣ୍ଟରଗ୍ରିଟିଙ୍ଗ ପ୍ଲାଜମିଡ ବ୍ୟବହାର କରି ଦେଶରେ DNA ଟୀକା ପ୍ଲାଟଫର୍ମ ସଫଳତାର ସହ ପ୍ରତିଷ୍ଠା କରିଛି ।

ABOUT THE AUTHOR

...view details