ନୂଆଦିଲ୍ଲୀ: ଜୋୟା ଖାନ ହେଲେ ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ସିଏସସି ଅପରେଟର । କେନ୍ଦ୍ର ଯୋଗାଯୋଗ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଶନିବାର ଘୋଷଣା କରିଛନ୍ତି ଯେ, ଜୋୟା ଖାନ ଗୁଜୁରାଟର ଏକ କମନ ସର୍ଭିସ ସେଣ୍ଟର (ସିଏସସି)ର ଅପରେଟର ଭାବେ ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ସିଏସସି ଅପରେଟର ପାଲଟିଛନ୍ତି ।
ଜୋୟା ଖାନ ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ସିଏସସି ଅପରେଟର - ସମଲିଙ୍ଗୀ ଅପରେଟର
ଜୋୟା ଖାନ ଗୁଜୁରାଟର ଏକ କମନ ସର୍ଭିସ ସେଣ୍ଟର(ସିଏସସି)ର ପ୍ରଥମ ଟ୍ରାନ୍ସଜେଣ୍ଡର ଅପରେଟର ପାଲଟିଛନ୍ତି ।
ଜୋୟା ଖାନ୍ ଭାରତର ପ୍ରଥମ ସମଲିଙ୍ଗୀ ଅପରେଟର
ରବି ଶଙ୍କର ପ୍ରସାଦ ଟ୍ବିଟରେ କହିଛନ୍ତି, ଜୋୟା ଖାନ୍ ଗୁଜୁରାଟର ଭଦୋଦରା ଜିଲ୍ଲାରୁ କମନ ସର୍ଭିସ ସେଣ୍ଟରର ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ସିଏସସି ଅପରେଟର । ସେ ଟେଲି ମେଡିସିନ୍ ପରାମର୍ଶ ନେଇ ସିଏସସି କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଏଥିସହ ମନ୍ତ୍ରୀ କହିଛନ୍ତି, ସେବା ମାଧ୍ୟମରେ ଜୋୟା ଖାନ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ଡିଜିଟାଲ୍ ସ୍ବାକ୍ଷର କରି ସମର୍ଥନ କରିବାକୁ ଚାହୁଁଛନ୍ତି । ତାଙ୍କର ଏହି ସମର୍ଥନ ଦ୍ବାରା ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ସ୍ବାକ୍ଷର ହେବା ସହ ଉତ୍ତମ ସୁଯୋଗ ଦେଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।