ଓଡିଶା

odisha

ETV Bharat / bharat

ଜୁମ୍ ଆପ୍ ଆଣିବାକୁ ଯାଉଛି ନୂଆ ଫିଚର, ଜାଣନ୍ତୁ କଣ ରହିଛି ଖାସ୍ - ଜୁମ୍ ଆପ

କୋରୋନାକୁ ନେଇ ଲାଗୁ ହୋଇଥିବା ଲକଡାଉନ ମଧ୍ୟରେ ଜୁମ୍ ଆପ ବେଶ ଲୋକପ୍ରିୟତା ହାସଲ କରିଛି । କମ୍ପାନୀ ନିଜ ପ୍ଲାଟଫର୍ମରେ ଏଭଳି ଏକ ଫିଚର ଆଣିବାକୁ ଯାଉଛି ଯାହାଦ୍ବାରା ସରକାର ନିଜ ଦେଶର ନିୟମ ଅନୁଯାୟୀ କୌଣସି ୟୁଜର ଆକାଉଣ୍ଟକୁ ବନ୍ଦ କରିପାରିବେ।

zoom app
ଜୁମ୍ ଆପ୍ ଆଣିବାକୁ ଯାଉଛି ନୂଆ ଫିଚର

By

Published : Jun 15, 2020, 1:32 PM IST

ନୂଆଦିଲ୍ଲୀ: କୋରୋନାକୁ ନେଇ ଲାଗୁ ହୋଇଥିବା ଲକଡାଉନ ମଧ୍ୟରେ ଜୁମ୍ ଆପ ବେଶ ଲୋକପ୍ରିୟତା ହାସଲ କରିଛି । ତେବେ ସମସ୍ତ ଆପ ପରି ଜୁମ ଆପକୁ ମଧ୍ୟ ବିବାଦର ସାମ୍ନା କରିବାକୁ ପଡିଛି । ଏହି ବିବାଦ କାରଣରୁ କମ୍ପାନୀ ନିଜ ପ୍ଲାଟଫର୍ମରେ ଏଭଳି ଏକ ଫିଚର ଆଣିବାକୁ ଯାଉଛି ଯାହାଦ୍ବାରା ସରକାର ନିଜ ଦେଶର ନିୟମ ଅନୁଯାୟୀ କୌଣସି ୟୁଜର ଆକାଉଣ୍ଟକୁ ବନ୍ଦ କରିପାରିବେ।

ଚୀନ ସରକାରଙ୍କ ଅନୁରୋଧ କ୍ରମେ ଜୁମ୍ ଆପ୍ ଆମେରିକାରେ ରହୁଥିବା ଜଣେ ଚୀନ ଆକ୍ଟିଭିଷ୍ଟଙ୍କ ଆକାଉଣ୍ଟ ବନ୍ଦ କରିଥିଲେ । ସେତେବେଳେ ଜୁମ୍ ଆପ ଲୋକଙ୍କ ଟାର୍ଗେଟରେ ଆସିଥିଲେ । ଏହି କାର୍ଯ୍ୟକର୍ତ୍ତା ଚୀନର ଟିନାମେନ ସ୍କୋୟରେ 1989 ମସିହାରେ ହୋଇଥିବା ବିରୋଧ ବାର୍ଷିକୀରେ ଏକ ଭିଡିଓ କନଫରେନ୍ସିଂର ଆୟୋଜନ କରିଥିଲେ।

ରିପୋର୍ଟ ମୁତାବକ, ବର୍ତ୍ତମାନ କମ୍ପାନୀ ଏହି ଫିଚର ଉପରେ କାମ କରୁଛି ଏବଂ ଆଗାମୀ ଦିନରେ ଏହା ଲଞ୍ଚ ହେବାର ସମ୍ଭାବନା ରହିଛି। କମ୍ପାନୀ ବର୍ତ୍ତମାନ ଏହାର ରୋଲ ଆଉଟ୍ ତାରିଖ ନିର୍ଦ୍ଧାରଣ କରିନାହିଁ ।

କମ୍ପାନୀ କହିଛି ଯେ ଏହି ଫିଚର ମାଧ୍ୟମରେ ଯେକୌଣସି ଦେଶର ସରକାରଙ୍କ ଅନୁରୋଧ କ୍ରମେ କୌଣସି ୟୁଜରଙ୍କ ଆକାଉଣ୍ଟ ସେମାନଙ୍କ ଦେଶର ଆଇ ଆନୁଯାୟୀ ବନ୍ଦ କରୀାଯାଇପାରିବ । ତେବେ କମ୍ପାନୀ ଏହା ସ୍ପଷ୍ଟ କରିଛି ଯେ ଆଗାମୀ ସମୟରେ ଚୀନର ଅନୁରୋଧ ଅନୁଯାୟୀ ସେମାନଙ୍କ ସୀମା ବାହାରେ କୌଣସି ୟୁଜରଙ୍କ ଆକାଉଣ୍ଟ ବନ୍ଦ କରିବ ନାହିଁ।

କମ୍ପାନୀ ଏହାକୁ ନେଇ କହିଛି ଯେ, ଏହି ପଦକ୍ଷେପ ଏଥିପାଇଁ ନିଆଯାଉଛି କାରଣ ଯଦି କୌଣସି ସ୍ଥାନୀୟ ପ୍ରଶାସନ କୌଣସି ୟୁଜରଙ୍କ ଗତିବିଧିକୁ ନିଜ ନିୟମ ଅନୁଯାୟୀ ଅବୈଧ ମାନୁଛି ତେବେ କମ୍ପାନୀ ଏହାକୁ ପାଳନ କରିବ । ଏଥିସହ କମ୍ପାନୀ କହିଛି ଏହି ନୂଆ ଫିଚର ସାହାର୍ଯ୍ୟରେ କମ୍ପାନୀ କୌଣସି ଦେଶର ସୀମା ବାହାରେ ଏହିଭଳି କାର୍ଯ୍ୟକଳାପକୁ ବନ୍ଦ କରିବ ନାହିଁ।

ABOUT THE AUTHOR

...view details