ହାଇଦ୍ରାବାଦ: ଭାରତରେ ତେଜିଛି ବୟକଟ ଚାଇନିଜ ପ୍ରଡକ୍ଟ ନାରା । ଏମିତିରେ ଭାରତରେ ପ୍ରଚଳିତ ବିଭିନ୍ନ ଚାଇନିଜ ଆପ୍ର ତାଲିକା ପ୍ରସ୍ତୁତ କରି ଏହାକୁ ଯଥାଶୀଘ୍ର ଦେଶରେ ବ୍ୟାନ କରିବା ପାଇଁ ଭାରତୀୟ ଇଣ୍ଟେଲିଜେନ୍ସ ଚେଷ୍ଟା ଜାରି ରଖିଛି । ହେଲେ ଏହି ତାଲିକାରେ ସାମିଲ ହୋଇଛି ଏକ ଆମେରିକା ଅଧିକୃତ ଆପ୍, ଜୁମ । ଯାହାକୁ ଦେଖିବା ପରେ ଭିଡିଓ କନଫରେନ୍ସି ଆପ୍ ଜୁମକୁ ଲାଗିଛି ଜୋରଦାର ଝଟକା ।
ଦେଶରେ ବର୍ତ୍ତମାନ ବ୍ୟାନ କରିବା ପାଇଁ ଏକାଧିକ ଚାଇନିଜ ଆପ୍ର ନାମ ସାମ୍ନାକୁ ଆସୁଥିବାବେଳେ ଏହି ତାଲିକାରେ ନିଜ ନାମ ଦେଖି ଆଶ୍ଚର୍ଯ୍ୟ ହୋଇଛି ଜୁମ କମ୍ପାନୀ । ଯେବେକି ସାରା ବିଶ୍ବରେ କୋରୋନା ଜନିତ ଲକଡାଉନ ଲାଗୁ ହେବା ପରେ ଏହି ଆପ୍ର ଚାହିଦା ସର୍ବାଧିକ ରହିଥିବା ଦେଖିବାକୁ ମିଳିଥିଲା । ଅନେକ ଛୋଟ ବଡ ଭିଡିଓ କନଫରେନ୍ସିଂ ପାଇଁ ଏହି ଆପ୍ ପ୍ରଥମ ପସନ୍ଦ ପାଲଟିଥିବା ବେଳେ କେଉଁ କାରଣରୁ ତାଲିକାରେ କମ୍ପାନୀର ନାମ ସାମିଲ ହୋଇଛି ସେନେଇ ଦୁଃଖ ପ୍ରକାଶ କରିଛନ୍ତି କମ୍ପାନୀର କର୍ମଚାରୀ ଓ ପ୍ରତିଷ୍ଠାତା ।