ପୁନେ: ସାଧାରଣତଃ ଆପଣ ଅନଲାଇନରେ ଖାଦ୍ୟ ଅର୍ଡର କଲେ, ଡେଲିଭରୀ ବଏ ଆପଣଙ୍କ ଅର୍ଡର ଦେଇ ଯାଇଥାଏ । ଆଉ ଆପଣଙ୍କ ବିଲ ଅନୁସାରେ ପିଇସା ନେଇଥାଏ । କିନ୍ତୁ ପୁନେରେ ଏମିତି ଏକ ଘଟଣା ଘଟିଛି, ଯେଉଁଠି ଡେଲିଭରୀ ବଏ ଜଣଙ୍କ ଏକ ପୋଷା କୁକୁର ଚୋରି କରି ନେଇଯାଇଛି । ସଂପୃକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଚର୍ଚ୍ଚିତ ଅନଲାଇନ ଫୁଡ୍ ଡେଲିଭରୀ ସାଇଟ୍ "ଜୋମାଟୋ"ର ଡେଲିଭରୀ ବଏ ।
ପୁନେର ବନ୍ଦନା ଶାହା ନାମକ ଜଣେ ମହିଳା ଗତକାଲି ତାଙ୍କ ପୋଷା କୁକୁର "ଡୋଟ୍ଟୁ" ହଜିଯାଇଥିବା ନେଇ ଏକ ଟ୍ବିଟ କରିଥିଲେ । ଏଥି ସହ ନିଜ ଘର ନିକଟବର୍ତ୍ତୀ ଆଖପାଖ ସ୍ଥାନରେ ଖୋଜିଥିଲେ । ମାତ୍ର କୁକୁରଟିକୁ ପାଇ ନଥିଲେ । ତେବେ ପରଦିନ ସକାଳେ ସେ ଜାଣିବାକୁ ପାଇଲେ ଯେ, ତୁଷାର ନାମକ ଜଣେ ଜୋମାଟୋ ଡେଲିଭରୀ ବଏ ତାଙ୍କ କୁକୁରଟିକୁ ପାଇଛି । ଫଳରେ ସେ ତୁରନ୍ତ ତୁଷାରର ଠିକଣା ବାହର କରି କୁକୁର ବିଷୟରେ ପଚାରି ଥିଲେ ।