ଓଡିଶା

odisha

ETV Bharat / bharat

ଜୋମାଟୋରେ ଯୋଡି ହେଲା ଆଉ 100 ସହର

ଲୋକପ୍ରିୟ ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋ ଏବେ ନିଜ କାରବାର ବିସ୍ତାର କରିଛି । ଏବେ ସାରା ଦେଶରେ 300ଟି ସହରରେ ଏବେ ଜୋମାଟୋ ଖାଦ୍ୟ ଯୋଗାଇବ ।

ପ୍ରତିକାତ୍ମକ ଫଟୋ

By

Published : Jun 4, 2019, 3:20 PM IST

ନୂଆଦିଲ୍ଲୀ: ଲୋକପ୍ରିୟ ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋ ଏବେ ନିଜ କାରବାର ସୀମାକୁ ବ୍ୟାପକ କରିଛି । ସାରା ଦେଶରେ ଅଫର ଓ ଶସ୍ତାରେ ଖୁବଶୀଘ୍ର ଖାଦ୍ୟ ପହଞ୍ଚାଇବା ଯୋଗୁଁ ପ୍ରସିଦ୍ଧ ଥିବା ଜୋମାଟୋ ଏବେ ନିଜ ଶାଖା ଆଉ 100ଟି ସହରରେ ଖୋଲିଛି । ଫଳରେ ଏବେ ସାରା ଦେଶରେ 300ଟି ସହରରେ ଏବେ ଜୋମାଟୋ ଖାଦ୍ୟ ଯୋଗାଇବ ।

ଅନଲାଇନ ଫୁଡ ଯୋଗାଣ ସଂସ୍ଥା ଜୋମାଟୋ 2008ରେ ଭାରତରେ ଖୋଲିଥିଲା । ଏହାପରେ ଦେଶରେ ଏହା ଖୁବ ପ୍ରସିଦ୍ଧି ଲାଭ କରିଥିଲା । ପୂର୍ବରୁ ଏହା ସାରା ଭାରତରେ 200ଟି ସହରରେ ଖାଦ୍ୟ ଯୋଗାଉଥିବା ବେଳେ ଏବେ ଏହା 300କୁ ବୃଦ୍ଧି ପାଇଛି । ଏହିକ୍ରମରେ ସମସ୍ତ ସହରରେ ନିଜର ଅଧିକ ରେଷ୍ଟୁରାଣ୍ଟ ଖୋଲିବାର ଏହା ଯୋଜନା କରିଛି ।

ଅଧିକ 100ଟି ସହର ମଧ୍ୟରେ ପ୍ରମୁଖ ସହର ହେଉଛି ଅଯୋଧ୍ୟା, ଭୁଜ, ଋଷିକେଶ, ସିମଲା, ବେଗୁସରାଇ । ଉତ୍ତମ ଓ ଶୀଘ୍ର ସେବା ଯୋଗାଇବା ଯୋଗୁଁ ଲୋକପ୍ରିୟତା ହାସଲ କରିଥିବା ଏହି କମ୍ପାନୀ ନିଜ ରେଷ୍ଟୁରାଣ୍ଟ ସଂଖ୍ୟା ବଢାଇବା ଲାଗି ଯୋଜନା କରୁଥିବା ଜଣାପଡିଛି । ସବୁ ରାଜ୍ୟ ଅପେକ୍ଷା ଆନ୍ଧ୍ରପ୍ରଦେଶ ଓ ପଞ୍ଜାବରେ ଜୋମାଟୋରେ ଅଧିକ ଲଞ୍ଚ ଅର୍ଡର ହେଉଥିବା କମ୍ପାନୀର ସିଇଓ ମୋହିତ ଗୁପ୍ତା କହିଛନ୍ତି ।

For All Latest Updates

ABOUT THE AUTHOR

...view details