ଓଡିଶା

odisha

ETV Bharat / bharat

ଜାକିର ନାଏକକୁ ମାଳଦ୍ବୀପରେ ପ୍ରବେଶ ଅନୁମତି ମିଳି ନଥିଲା: ମହମ୍ମଦ ନାସିଦ - ମାଳଦ୍ବୀପ ବାଚସ୍ପତି

ବିବାଦୀୟ ଇସଲାମିକ ଧର୍ମପ୍ରଚାରକ ଜାକିର ନାଏକ ମାଳଦ୍ବୀପରେ ପ୍ରବେଶ ପାଇଁ କରିଥିବା ଆବେଦନକୁ ସରକାରଙ୍କ ପକ୍ଷରୁ ଆଗ୍ରାହ୍ୟ କରାଯାଇଥିବା ନେଇ ପ୍ରକାଶ କରିଛନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ବାଚସ୍ପତି ମହମ୍ମଦ ନାସିଦ।

newdelhi
ଫାଇଲ ଫଟୋ

By

Published : Dec 14, 2019, 1:30 PM IST

ନୂଆଦିଲ୍ଲୀ: ବିବାଦୀୟ ଇସଲାମିକ ଧର୍ମପ୍ରଚାରକ ଜାକିର ନାଏକ ମାଳଦ୍ବୀପରେ ପ୍ରବେଶ ପାଇଁ କରିଥିବା ଆବେଦନକୁ ସରକାରଙ୍କ ପକ୍ଷରୁ ଆଗ୍ରାହ୍ୟ କରାଯାଇଥିବା ନେଇ ପ୍ରକାଶ କରିଛନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ବାଚସ୍ପତି ମହମ୍ମଦ ନାସିଦ। ସେ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିମନ୍ତ୍ରଣ କ୍ରମେ ସେ ଭାରତ ଗସ୍ତରେ ଆସିଛନ୍ତି। ପୂର୍ବରୁ ମାଳଦ୍ବୀପର ରାଷ୍ଟ୍ରପତି ରହି ସାରିଛନ୍ତି ମହମ୍ମଦ ନାସିଦ।

ଜାକିର ନାଏକ ଗତ 3 ବର୍ଷ ଧରି ମାଲେସିଆରେ ଅବସ୍ଥାନ କରୁଛି। ଭାରତରେ ସାମ୍ପ୍ରଦାୟିକ ବିଦ୍ବେଷ ଓ ବେଆଇନ କାର୍ଯ୍ୟକଳାପ କରୁଥିବା ଅଭିଯୋଗ ତା ନାଁରେ ରହିଛି। ଗତ 2016 ଜୁଲାଇରେ ବାଂଲାଦେଶର ହୋଲେ ଆର୍ଟିସନ ବେକରୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସେ ସମ୍ପୃକ୍ତ ଥିବାର ଅଭିଯୋଗ ହୋଇଛି। ସେଥିପାଇଁ ସେ ଉଭୟ ଭାରତ ଓ ବାଂଲାଦେଶ ପକ୍ଷରୁ ଏ ଘଟଣାରେ କରାଯାଉଥିବା ଯାଞ୍ଚର ସମ୍ମୁଖୀନ ହେଉଛି।

ସେପ୍ଟେମ୍ବରରେ ଋଷରେ ଅନୁଷ୍ଠିତ 5ମ ପୂର୍ବ ଅର୍ଥନୈତିକ ଫୋରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମାଲେସିଆ ପ୍ରତିପକ୍ଷ ମହାଥିର ମହମ୍ମଦଙ୍କୁ ଭେଟିଥିଲେ। ଏହି ଆଲୋଚନାରେ ଜାକିର ନାଏକର ପ୍ରତ୍ୟାର୍ପଣ ସମ୍ପ ର୍କରେ ଆଲୋଚନା ହୋଇଥିବା ନେଇ ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ ଜଣାଇଥିଲେ।

ABOUT THE AUTHOR

...view details