ନୂଆଦିଲ୍ଲୀ: ଦେଶର ବଢୁଥିବା ମହିଳା ନିର୍ଯ୍ୟାତନାକୁ ନିୟନ୍ତ୍ରଣ କରିବା ପାଇଁ ଆନ୍ଧ୍ର ସରକାରଙ୍କ ନୂଆ ପଦକ୍ଷେପ । ମହିଳା ନିରୋଧୀ ଆଇନରେ ପରିବର୍ତ୍ତନ କରି ନୂଆ ଆଇନ ପ୍ରଣୟନ କରିଛନ୍ତି । ନୂଆ ଆଇନର ନାମ ରହିଛି ଆନ୍ଧ୍ର ପ୍ରଦେଶ ଦିଶା ଆକ୍ଟ । ଯାହାକୁ ଆନ୍ଧ୍ର ପ୍ରଦେଶ କ୍ୟାବିନେଟ ମଞ୍ଜୁର ଦେଇଛନ୍ତି । ଏହି ଆଇନ କାର୍ଯ୍ୟକାରୀ ହେଲେ ଆନ୍ଧ୍ରରେ ମହିଳା ସୁରକ୍ଷିତ ରହିବେ ବୋଲି ସରକାର ଆଶା ରଖିଛନ୍ତି ।
ଆନ୍ଧ୍ର ସରକାର ଆଣିଲେ ନୂଆ ଆଇନ, ରାକ୍ଷୀ ବାନ୍ଧିଲେ ବିଧାୟିକା - ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧିଲେ ରାକ୍ଷୀ
ନୂଆ ଆଇନ ପରେ ଦଳୀୟ ବିଧାୟିକା କୃତଜ୍ଞତା ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧିଲେ ରାକ୍ଷୀ ।

ଆନ୍ଧ୍ର ସରକାର ଆଣିଲେ ନୂଆ ଆଇନ
ସୂଚନା ଅନୁସାରେ ନୂଆ ଆଇନରେ ମହିଳାଙ୍କ କ୍ଷେତ୍ରରେ ଆସୁଥିବା ମାମଲାକୁ 21 ଦିନ ମଧ୍ୟରେ ଶେଷ କରିବାକୁ ପ୍ରାବଧାନ ରହିଛି । ପ୍ରଥମ 7 ଦିନରେ ତଦନ୍ତ ଶେଷ ହେବ । ପରବର୍ତ୍ତୀ 14 ଦିନରେ ବିଚାର ଶେଷ କରି ଅଭିଯୁକ୍ତଙ୍କୁ ଦଣ୍ଡିତ କରିବାର ବ୍ୟବସ୍ଥା କରାଯାଇଛି ।
ଯାହାକୁ ନେଇ ଆନ୍ଧ୍ର ପ୍ରଦେଶର ମହିଳା ମାନେ ଖୁସିବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ୱାଇଏସଆର କଂଗ୍ରେସର ମହିଳା ବିଧାୟକ ମାନେ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି ।