ଅମରାବତୀ: YSRCP ସଂସଦୀୟ ଦଳର ନେତା ହେଲେ ରାଜ୍ୟସଭା ସାଂସଦ ଭି. ବିଜୟସାଇ ରେଡ୍ଡୀ । ସେହିପରି ଲୋକସଭାରେ ଦଳର ନେତା ଭାବରେ ପିଭି ମିଥୁନ ରେଡ୍ଡୀଙ୍କୁ ବଛାଯାଇଛି । ଏମ. ଭାରତ ରାମଙ୍କୁ ଦଳର ହ୍ବିପ ଭାବରେ ନିଯୁକ୍ତି ମିଳିଛି ।
ବିଜୟସାଇ ରେଡ୍ଡୀ YSRCPର ସଂସଦୀୟ ଦଳ ନେତା - V Vijayasai Reddy
YSRCPର ସଂସଦୀୟ ଦଳର ନେତା ଭାବରେ ଭି. ବିଜୟସାଇ ରେଡ୍ଡୀ ହେଲେ ନିଯୁକ୍ତି ।
ଫାଇଲ ଫଟୋ
2019 ସାଧାରଣ ନିର୍ବାଚନରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବାଧିନ ଟିଡିପିକୁ ଧୂଳି ଚଟାଇଛି ଜଗମୋହନ ରେଡ୍ଡୀଙ୍କ YSRCP । ବିଧାନସଭାରେ 175 ଆସନରୁ 151 ଆସନ ଅକ୍ତିଆର କରିଛି ଦଳ । ସେହିପରି ରାଜ୍ୟରେ ଥିବା 25 ଲୋକସଭା ଆସନରୁ 22 ଆସନରେ ବିଜୟ ହୋଇଛି YSRCP । ଅନ୍ୟପଟେ ଖୋର ବିପର୍ଯ୍ୟୟର ସାମ୍ନା କରିଛି ଟିଡିପି ।