ଓଡିଶା

odisha

ETV Bharat / bharat

ପିଭି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ

ପ୍ରଥମ ଭାରତୀୟ ଭାବେ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସ୍ବର୍ଣ୍ଣ ଜିତି ରେକର୍ଡ କଲେ ପିଭି ସିନ୍ଧୁ । ସିଦ୍ଧୁଙ୍କୁ ଅଭିନନ୍ଦନ ଜଣାଇଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ।

By

Published : Aug 26, 2019, 4:54 AM IST

Updated : Aug 26, 2019, 7:40 AM IST

ଫାଇଲ ଫଟୋ

ଅମରାବତୀ: ଇତିହାସ ରଚିଲେ ପିଭି ସିନ୍ଧୁ। ପ୍ରଥମ ଭାରତୀୟ ଭାବେ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ଜିତି ସେ ସ୍ବର୍ଣ୍ଣିମ ରେକର୍ଡ ସ୍ଥାପନ କରିଛନ୍ତି। ତେବେ ସିନ୍ଧୁଙ୍କ ଏହି ସଫଳତା ପରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୟାଇ ଏସ ଜଗନମୋହନ ରେଡ୍ଡୀ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେ କହିଛନ୍ତି କି, " ପ୍ରଥମ ଭାରତୀୟ ଭାବେ ସିନ୍ଧୁ ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି, ସିନ୍ଧୁଙ୍କ ପାଇଁ ଆଜି ଦେଶ ଓ ସମଗ୍ର ରାଜ୍ୟ ଗର୍ବ ଅନୁଭବ କରୁଛି''। ତେଣୁ ହାଇଦ୍ରାବାଦ ଝିଅର ଏହି ବିଜୟଧାରା ସେମିତି ଜାରି ରହୁ।

ଖବର ଅନୁଯାୟୀ, ଶେଷ 36 ମିନିଟରେ ସିନ୍ଧୁ 2ବର୍ଷ ପୂର୍ବେ ପରାସ୍ତ ହୋଇଥିବା ନଜୋମି ଓକୁହାରାଙ୍କୁ 21-7, 21-7 ଗୋଲରେ ହରାଇ ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି। ଫାଇନାଲରେ ସିନ୍ଧୁ ପରାଜିତ ହୋଇ ରୌପ୍ୟ ପଦକ ଜିତିଥିଲେ ।

କରୋଲିନା ମାର୍ଲିନଙ୍କ ଠାରୁ ଗୋଟିଏ ବର୍ଷ ପୂର୍ବେ ଓ 2ବର୍ଷ ପୂର୍ବେ ନଜୋମି ଓକୁହାରାଙ୍କ ଠାରୁ ପରାସ୍ତ ହୋଇଥିଲେ । ତେବେ ଚଳିତ ଥର ଧମାକାଦାର ପ୍ରଦର୍ଶନ କରି ସବୁ ପରାଜଜୟକୁ ବଡ ବିଜୟରେ ପରିଣତ କରିଛନ୍ତି ସିନ୍ଧୁ ।

Last Updated : Aug 26, 2019, 7:40 AM IST

ABOUT THE AUTHOR

...view details