ହାଇଦ୍ରାବାଦ: ମୋବାଇଲ ଫୋନରେ ୟୁଟ୍ୟୁବ ଆପର ବ୍ୟବହାର ସବୁବେଳେ ଏକ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ । ମୁଖ୍ୟତଃ ଏହାର କମେଣ୍ଟ ସେକ୍ସନ ଏକ ବଡ ଟେନସନ । କମେଣ୍ଟ ସେକ୍ସନକୁ ଯିବାକୁ ହେଲେ ୟୁଜର୍ସଙ୍କୁ ପୂରା ଭିଡିଓର ରେକମେଣ୍ଡେସେନ ସ୍କ୍ରୋଲ କରିବା ପରେ ମିଳୁଥିଲା କମେଣ୍ଟ ବକ୍ସ । ହେଲେ ୟୁଜର୍ସଙ୍କ ଏହି ଅସୁବିଧାକୁ ହୃଦବୋଧ କରି ଗୁଗୁଲ ଖୋଜି ବାହାର କରିଛି ଏହାର ସମାଧାନ ।
ୟୁଟ୍ୟୁବ ମୋବାଇଲ ଆପରେ ନୂଆ ଫିଚର, ଅପଡେଟ ହେବ କମେଣ୍ଟ ସେକ୍ସନ - ଟେକ୍ନୋଲୋଜି ନ୍ୟୁଜ୍
ମୋବାଇଲ ଫୋନରେ ୟୁଟ୍ୟୁବ ଆପର ବ୍ୟବହାର ସବୁବେଳେ ଏକ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ । ମୁଖ୍ୟତଃ ଏହାର କମେଣ୍ଟ ସେକ୍ସନ ଏକ ବଡ ଟେନସନ । ୟୁଜର୍ସଙ୍କ ଏହି ଅସୁବିଧାକୁ ହୃଦବୋଧ କରି ଗୁଗୁଲ ଖୋଜି ବାହାର କରିଛି ଏହାର ସମାଧାନ ।
ଏହି ଆଧାରରେ ଗୁଗୁଲ 3ଟି ନୂଆ ଫିଚର ଆଡ କରିଛି । ପ୍ରଥମତଃ କମେଣ୍ଟ ବକ୍ସର ଲୋକେସନକୁ ବଦଳାଇ ଏହାକୁ ଠିକ ଭିଡିଓର ତଳେ ପ୍ଲେସ କରାଯାଇଛି । ଲାଇକ, ସେୟାର ଓ ଭିୟୁ ଅଲ ସହ ଏବେ କମେଣ୍ଟ ବକ୍ସ ୟୁଜର୍ସଙ୍କୁ ସହଜରେ ସମାନ ସ୍ଥାନରେ ମିଳିପାରିବ । ଦ୍ବିତୀୟରେ ଭିଡିଓ ଥମ୍ବନେଲରେ ମଧ୍ୟ କମ୍ପାନୀ କିଛି ପରିବର୍ତ୍ତନ ଆଣିଛି । ଏହାଦ୍ବାରା ଭିଡିଓରେ ଚ୍ୟାନେଲର ଏକ ସିମ୍ବଲ ରହିବ । ଯେଉଁଥିରୁ ୟୁଜର୍ସ ନିଜ ପସନ୍ଦର କ୍ରିଏଟରଙ୍କ ଭିଡିଓ ସହଜରେ ପାଇପାରିବେ ।
ତୃତୀୟରେ ୱାଚ ନେକ୍ସଟ ଭିଡିଓ ଲିଷ୍ଟରେ ଯୋଡି ହୋଇଛି କିଛି ପରିବର୍ତ୍ତନ । ଏବେ ଭିଡିଓ ସଜେସନ ସହ କମ୍ୟୁନିଟି ପୋଷ୍ଟ, ଟେକ୍ସଟ ଅପଡେଟ, ପୋଲ୍ସ ଓ ଇମେଜେସ ପରି କଣ୍ଟେଣ୍ଟ ମଧ୍ୟ ୟୁଜର୍ସଙ୍କ ସଜେସନରେ ଦେଖାଦେବ । ଯାହା ୟୁଟ୍ୟୁବର ପରିସରକୁ ବଢାଇବା ସହ ଲୋକଙ୍କ ବିଭିନ୍ନ ରକମର କଣ୍ଟେଣ୍ଟ ଯୋଗାଇବାରେ ସାହାଯ୍ୟ କରିବ ।