ଓଡିଶା

odisha

ETV Bharat / bharat

ୟୁଜର୍ସଙ୍କୁ ସୀମିତ ବିଷୟବସ୍ତୁ ଦେଖାଏ ୟୁଟ୍ୟୁବ୍‌ ଅଲଗୋରିଦମ୍ - ୟୁଟ୍ୟୁବ୍‌ ଭିଡିଓ

ଜଣେ ୟୁଜର୍ସ କେଉଁ ପ୍ରକାରର ଭିଡିଓ ଅଧିକ ଦେଖୁଛନ୍ତି ଏବଂ କେତେ ସମୟ ଦେଖୁଛନ୍ତି ଏହା ଉପରେ ୟୁଟ୍ୟୁବ୍‌ର ଅଲଗୋରିଦମ୍‌ ନିର୍ଭର କରିଥାଏ । ଅଧିକ ପଢନ୍ତୁ...

ୟୁଜର୍ସଙ୍କୁ ସୀମିତ ବିଷୟବସ୍ତୁ ଦେଖାଏ ୟୁଟ୍ୟୁବ୍‌ ଅଲଗୋରିଦମ୍
ୟୁଜର୍ସଙ୍କୁ ସୀମିତ ବିଷୟବସ୍ତୁ ଦେଖାଏ ୟୁଟ୍ୟୁବ୍‌ ଅଲଗୋରିଦମ୍

By

Published : Apr 25, 2020, 12:54 AM IST

ୱାଶିଂଟନ: ୟୁଟ୍ୟୁବ୍‌ରେ ଆମେ ଯାହା ଚାହୁଁ ସେହି ଭିଡିଓ ଦେଖିବାକୁ ପାଇଥାଉ । ଯେପରି ଗୁଗଲରେ ସମସ୍ତ ପ୍ରକାର ବିଷୟବସ୍ତୁ ଉପଲବ୍ଧ ହୋଇଥାଏ ସେପରି ୟୁଟ୍ୟୁବ୍‌ରେ ସବୁପ୍ରକାର ଭିଡିଓ ମିଳିଥାଏ । ତେବେ ନିକଟରେ ଏକ ରିସର୍ଚ୍ଚ ଅନୁସାରେ ୟୁଟ୍ୟୁବରେ ଅନେକ ସମୟରେ ଆମେ ସମାନ ବିଷୟବସ୍ତୁର ଭିଡିଓ ଦେଖିଥାଉ ବୋଲି ଜଣାପଡିଛି ।

ଆମେରିକାର ରିସର୍ଚ୍ଚର କାମିଲ୍ଲେ ରୋଠ ଓ ତାଙ୍କ ସହଯୋଗୀ ଆଣ୍ଟୋଇନେ ମାଜିରେସ ଏବଂ ଟେଲମୋ ମେନେଜେସ ଏହି ତଥ୍ୟ ବାହାର କରିଛନ୍ତି । ସୋସିଆଲ ସାଇନ୍ସ ଉପରେ ଗବେଷଣା କରୁଥିବାବେଳେ ସେମାନେ ଏହି ତଥ୍ୟ ପାଇଥିଲେ । ଏହା ଅନୁସାରେ ୟୁଟ୍ୟୁବ୍‌ ଅଲଗୋରିଦମ୍‌ ଦ୍ବାରା ଦର୍ଶକଙ୍କୁ କେବଳ ଅଳ୍ପ ବିଷୟବସ୍ତୁ ଦେଖାଯାଇଥାଏ । ଆମକୁ ଲାଗିଥାଏ ଆମେ ଅନେକ ଭିଡିଓ ଦେଖିଛୁ ଏବଂ ବିଭିନ୍ନ ବିଷୟରେ ଦେଖିପାରିବୁ ମାତ୍ର ଆମକୁ କେବଳ ନିର୍ଦ୍ଦିଷ୍ଟ କିଛି ଭିଡିଓ ଦେଖାଯାଇଥାଏ । ଯାହା ନିର୍ଦ୍ଦିଷ୍ଟ କଣ୍ଟେଣ୍ଟ ଉପରେ ଆଧାରିତ । ଏଥିପାଇଁ ସେମାନେ ଅଲଗା ଭିଡିଓ ପ୍ଲାଟଫର୍ମର ଅଲଗୋରିଦମ୍‌ ସହ ୟୁଟ୍ୟୁବ୍‌ର ତୁଳନା କରିଥିଲେ ।

ଏଥିରୁ ଉପରୋକ୍ତ ଫଳାଫଳ ଆସିଥିଲା । ଜଣେ ୟୁଜର କେଉଁ ପ୍ରକାରର ଭିଡିଓ ଅଧିକ ଦେଖୁଛନ୍ତି ଏବଂ କେତେ ସମୟ ଦେଖୁଛନ୍ତି ଏହା ଉପରେ ୟୁଟ୍ୟୁବ୍‌ର ଅଲଗୋରିଦମ୍‌ ନିର୍ଭର କରିଥାଏ । ଏହା ସେହି ଅନୁସାରେ ଭିଡିଓ ପ୍ରସ୍ତାବ ଦେଇଥାଏ । ଫଳରେ ୟୁଟ୍ୟୁବ୍‌ରେ ସୀମିତ ଓ ନିରର୍ଥକ ଭିଡିଓ ଅନେକ ସମୟରେ ଦେଖିବାକୁ ମିଳିଥାଏ ବୋଲି ରିସର୍ଚ୍ଚରେ ପ୍ରମାଣ କରାଯାଇଛି ।

ୟୁଟ୍ୟୁବ୍‌ ଅଲଗୋରିଦମ୍ ଏକ କମ୍ପୁଟର ପ୍ରୋଗ୍ରାମ ଯାହା ସିଷ୍ଟମରେ କେବେ କିପରି ପରିବର୍ତ୍ତନ କରାଯିବ ସେନେଇ ସ୍ଥିର କରିଥାଏ । ଏହାର ସାଧାରଣ କାମ ହେଉଛି କେଉଁ ଭିଡିଓ କେଉଁ ବିଭାଗରେ ଶୋ କରିବ, କେଉଁ ଭିଡିଓ ହୋମ ପେଜରେ ଶୋ କରିବ ଏବଂ କେଉଁ ଭିଡିଓ ଅନଲାଇନ ଦେଖିବାବେଳେ ପ୍ରସ୍ତାବିତ ଭିଡିଓରେ ଆସିବ ।

ABOUT THE AUTHOR

...view details