ହାଇଦ୍ରାବାଦ: ଲକଡାଉନ ସମୟରେ ବଢିଛି ଇଣ୍ଟରନେଟ ବ୍ୟବହାରର ମାତ୍ରା । ପୂର୍ବରୁ କାମ ସରିଲେ ମାଇଣ୍ଡ ଫ୍ରେସ କରିବା ପାଇଁ ନେଟ ସର୍ଫିଂ କରାଯାଉଥିବା ବେଳେ ଏବେ ଲକଡାଉନ ଓ କୋରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଲୋକେ ଘରେ ବନ୍ଦୀ ଥିବା ବେଳେ ଟାଇମ ପାସ ପାଇଁ ମାଧ୍ୟମ ପାଲଟିଛି ଇଣ୍ଟରନେଟ । ଏହି ସମୟରେ ଇଣ୍ଟରନେଟ ରେକର୍ଡ ମାତ୍ରାରେ ବ୍ୟବହାର ହୋଇଥିବା ଜଣା ପଡିଥିବା ବେଳେ ୟୁଟ୍ୟୁବ୍ରେ ମଧ୍ୟ ଦେଖିବାକୁ ମିଳିଛି ଲୋକଙ୍କ ମାତ୍ରାଧିକ ସମୟ ଖର୍ଚ୍ଚ ।
ଦାୟିତ୍ବବାନ ସର୍ଫିଂ ପାଇଁ ୟୁଟ୍ୟୁବ୍ରେ ଆସିଲା ‘ବେଡଟାଇମ ରିମାଇଣ୍ଡର’ - ବେଡଟାଇମ ରିମାଇଣ୍ଡର
ଲକଡାଉନ ସମୟରେ ବଢିଛି ଇଣ୍ଟରନେଟ ବ୍ୟବହାରର ମାତ୍ରା । ଏହି ସମୟରେ ଇଣ୍ଟରନେଟ ରେକର୍ଡ ମାତ୍ରାରେ ବ୍ୟବହାର ହୋଇଥିବା ଜଣା ପଡିଥିବା ବେଳେ ୟୁଟ୍ୟୁବ୍ରେ ମଧ୍ୟ ଦେଖିବାକୁ ମିଳିଛି ଲୋକଙ୍କ ମାତ୍ରାଧିକ ସମୟ ଖର୍ଚ୍ଚ । ଏହାକୁ ରୋକିବା ସହ ଲୋକଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ୟୁଟ୍ୟୁବ୍ରେ ସମୟ ବିତାଇବା ପାଇଁ ୟୁଟ୍ୟୁବ୍ ଆଣିଛି ନୂଆ ‘ବେଡଟାଇମ ରିମାଇଣ୍ଡର’ ।
ଏହାକୁ ରୋକିବା ସହ ଲୋକଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ୟୁଟ୍ୟୁବ୍ରେ ସମୟ ବିତାଇବା ପାଇଁ ୟୁଟ୍ୟୁବ୍ ଆଣିଛି ନୂଆ ‘ବେଡଟାଇମ ରିମାଇଣ୍ଡର’ । ଏହି ରିମାଇଣ୍ଡର ଦ୍ବାରା ୟୁଜର୍ସଙ୍କୁ ୟୁଟ୍ୟୁବ୍ ‘ଟେକ ଏ ବ୍ରେକ’ ନୋଟିଫିକେସନ ଦେଇଥାଏ । ତେବେ ଏହା ଏକ କଷ୍ଟମାଇଜେବଲ ଫିଚର । ୟୁଟ୍ୟୁବ୍ର ସେଟିଂକୁ ଯାଇ ‘ରିମାଇଣ୍ଡ ମି ହ୍ବେନ ଇଟ୍ସ ଟାଇମ ଫର୍ ବେଡ’ ଅପ୍ସନରେ କ୍ଲିକ କରିବା ପରେ ଏଠାରେ ଆପଣ କେତେ ସମୟ ଅତିବାହିତ କରିବାକୁ ଚାହୁଁଛନ୍ତି ତାହା ପଞ୍ଚ କରନ୍ତୁ ।
ତେବେ ଏହି ଫିଚରର ଭଲ କଥା ହେଉଛି କି ଯଦି ଆପଣ କିଛି ଭିଡିଓ ଦେଖୁଛନ୍ତି ଓ ଆପଣଙ୍କ ନିର୍ଦ୍ଧାରିତ ସମୟ ଶେଷ ହୋଇଛି, ତେବେ ଭିଡିଓଟି ଶେଷ ହେବା ପର୍ଯ୍ୟନ୍ତ ରିମାଇଣ୍ଡର ଅପେକ୍ଷା କରିବ । ଏହା ପରେ ଆପଣ ଚାହିଁଲେ ଏହି ରିମାଇଣ୍ଡରକୁ 10 ମିନିଟ ପର୍ଯ୍ୟନ୍ତ ସ୍ନୁଜ ମଧ୍ୟ କରିପାରିବେ । ମୂଳ ଲକ୍ଷ୍ୟ ହେଉଛି ଲୋକଙ୍କୁ ଅଧିକ ସମୟରେ ଇଣ୍ଟରନେଟର ଅପବ୍ୟବହାରରୁ ରୋକିବା । 2018ରେ ରୋଲ ଆଉଟ ହୋଇଥିବା ଏହି ଫିଚରରେ ୟୁଟ୍ୟୁବ୍ ଏକ ଏପରି ଅପ୍ସନ ଦେଇଥିଲା କି ଆପଣ ଚାହିଁଲେ ଏହି ଆଲର୍ଟ ବ୍ୟବହାର କରିପାରିବେ ନଚେତ୍ ନାହିଁ । ଖୁବଶୀଘ୍ର ଏହା ଆଣ୍ଡ୍ରଏଡ ଓ ଆଇଓଏସରେ ମଧ୍ୟ ରୋଲ ଆଉଟ ହେବା ନେଇ କମ୍ପାନୀ ନିଜ ବ୍ଲଗ ପୋଷ୍ଟରେ ସ୍ପଷ୍ଟ କରିଛି ।