ନୂଆଦିଲ୍ଲୀ: ନୂଆଦିଲ୍ଲୀ ମେଟ୍ରୋର ୟୋଲୋ ଲାଇନରେ ଯାତ୍ରା କରୁଥିବା ଜଣେ ଯୁବକ ହସ୍ତମୈଥୁନ କରିିଥିଲେ । ଏନେଇ ତାଙ୍କ ପାଖରେ ବସିଥିବା ଯୁବତୀ ଜଣକ ଗିଥୋର୍ଣ୍ଣି ମେଟ୍ରୋ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଏହି ଘଟଣା ସଂପର୍କରେ ଉଲ୍ଲେଖ କରି ଯୁବକଙ୍କ ଫଟୋକୁ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ଉକ୍ତ ଯୁବତୀ ।
ଦିଲ୍ଲୀ ମେଟ୍ରୋରେ ଯୁବକଙ୍କ ହସ୍ତମୈଥୁନ, ଥାନାରେ ଅଭିଯୋଗ କଲେ ଯୁବତୀ - ଥାନାରେ ଅଭିଯୋଗ ଆଣିଲେ ଯୁବତୀ
ନୂଆଦିଲ୍ଲୀ ମେଟ୍ରୋର ୟୋଲୋ ଲାଇନରେ ଯାତ୍ରା କରୁଥିବା ଜଣେ ଯୁବକ ଅଭାବନୀୟ କାଣ୍ଡ କରିଛନ୍ତି । ସେଥିପାଇଁ ତାଙ୍କ ପାଖରେ ବସିଥିବା ଯୁବତୀ ଜଣକ ଗିଥୋର୍ଣ୍ଣି ମେଟ୍ରୋ ଥାନାରେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ମେଟ୍ରୋରେ ଯୁବକ କଲେ ଏପରି କାର୍ଯ୍ୟ, ଥାନାରେ ଅଭିଯୋଗ ଆଣିଲେ ଯୁବତୀ
ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ଯୁବତୀ ଜଣକ ଅଫିସରୁ ମେଟ୍ରୋରେ ଫେରୁଥିଲେ । ସେହି ସମୟରେ ପାଖରେ ବସିଥିବା ଯୁବକ ଜଣକ ଯୁବତୀଙ୍କ ଆଗରେ ହସ୍ତମୈଥୁନ କରିଥିଲେ । ଏହାର କିଛି ସମୟ ପରେ ଯୁବକ ଜଣକ ବାଟରେ ଓହ୍ଲାଇଯାଇଥିଲେ । ଯୁବତୀ ଜଣକ ଏ ସଂପର୍କରେ ଗିଥୋର୍ଣ୍ଣି ମେଟ୍ରୋ ଥାନାରେ ଅଭିଯୋଗ କରିଛନ୍ତି । ଏହା ସହ ଯୁବକର ଫଟୋକୁ ନିଜ ଟ୍ବିଟରରେ ଉଲ୍ଲେଖ କରି ଘଟଣା ବର୍ଣ୍ଣନା କରିଛନ୍ତି । ଏହା ସହ ଦିଲ୍ଲୀ ପୋଲିସ, ଡିଏମଆରସି ଓ ଦିଲ୍ଲୀ ମହିଳା କମିଶନରେ ଏହି ଅଭିଯୋଗ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ