ଅହମ୍ମଦାବାଦ: ସମଗ୍ର ଦେଶରେ ପାର୍ବଣ ପାଇଁ ବେଶ ହସଖୁସିର ମାହୋଲ ଦେଖାଦେଇଥିବା ବେଳେ ଗୁଜୁରାଟର ସୁରତରେ ଏକ ଶୋକାକୁଳ ପରିବେଶ ସମଗ୍ର ଅଞ୍ଚଳରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଦଶହରା ଉପଲକ୍ଷେ ଗରବା ନାଚୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାର ବାତାବରଣ ସୃଷ୍ଟି କରିଛି। ମୃତ ଯୁବକ ହେଉଛନ୍ତି ସୁରତର ଜଗଦିଶ ।
ଗରବା ନାଚୁଥିବା ବେଳେ ଯୁବକଙ୍କ ହୃଦଘାତରେ ମୃତ୍ୟୁ - ମାଉଣ୍ଟଆବୁ
ଗରବା ନାଚରେ ମସଗୁଲ ଥିବା ବେଳ ଯୁବକଙ୍କ ହୃଦଘାତରେ ମୃତ୍ୟୁ । ଏଭଳି ଏକ ଘଟଣା ଘଟିଛି ମାଉଣ୍ଟଆବୁରେ । ସୁରତର କିଛି ଯୁବକ ମାଉଣ୍ଟଆବୁ ଯାଇଥିବା ସମୟରେ ସେଠାରେ ଗରବା ନୃତ୍ୟରେ ବେଶ ମସଗୁଲ ଥିଲେ। ହଠାତ ସେହି ସମୟରେ ଜଣେ ଯୁବକ ହୃଦଘାତରେ ତଳେ ପଡ଼ିଯାଇଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ମୃତକ ଜଗଦିଶ 5 ଜଣ ବନ୍ଧୁଙ୍କ ସହିତ ମାଉଣ୍ଟଆବୁ ବୁଲିବାକୁ ଯାଇଥିଲେ । ସେଠାକାର ସୌନ୍ଦର୍ଯ୍ୟ ପରିବେଶକୁ ବେଶ ମନଭରି ଉପଭୋଗ କରିଥିଲେ ସେ। ସେଠାରେ ରହୁଥିବା ହୋଟେଲରେ ଦଶହରା ପାଇଁ ଗରବା ନୃତ୍ୟର କାର୍ଯ୍ୟକ୍ରମ ହେଉଥିଲା । ଫଳରେ ଏଥିରେ ଭାଗ ନେବା ପାଇଁ ଜଗଦିଶ ଓ ତାଙ୍କର ବନ୍ଧୁ ସେଠାକୁ ଯାଇଥିଲେ।
ଏହି କାର୍ଯ୍ୟକ୍ରମରେ ନାଚୁଥିବା ବେଳେ ଜଗଦିଶ ହଠାତ ତଳେ ପଡ଼ିଯାଇଥିଲେ । ଏହା ଦେଖି ତାଙ୍କର ବନ୍ଧୁ ତାଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ଜଗଦିଶଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପାଇବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ସେମାନେ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି ।