ଲକ୍ଷ୍ନୌ: ସମଗ୍ର ଦେଶ କୋରୋନା ଭାଇରସ ସହ ଲଢୁଛି ମାତ୍ର କିଛି ଲୋକ କୋରୋନାରେ ସାମିଲ ହୋଇଥିବା ଯୋଦ୍ଧାଙ୍କୁ ମାରିବାକୁ ବି ପଛଉନାହାଁନ୍ତି । ଉତ୍ତର ପ୍ରଦେଶରର ରାମପୁରରେ ସାନିଟାଇଜିଂ କରୁଥିବା ଯୁବକକୁ ଜବରଦସ୍ତି ସାନିଟାଇଜ୍ ପିଆଇ ଦେଇଛନ୍ତି ଗାଁର ଅନ୍ୟ କିଛି ଯୁବକ । କୋରୋନା ସଂକ୍ରମଣ ରୋକିବା ପାଇଁ କୁନୱାର ପାଲ୍ ସାନିଟାଇଜ୍ କରୁଥିଲେ ।
ସାନିଟାଇଜ୍ କରିବାକୁ ଯାଇଥିବା ଯୁବକକୁ ଜବରଦସ୍ତି ପିଆଇଲେ ସାନିଟାଇଜର୍ - uttarpradesh corona update
ଉତ୍ତର ପ୍ରଦେଶରର ରାମପୁରରେ ସାନିଟାଇଜିଂ କରୁଥିବା ଯୁବକକୁ ଜବରଦସ୍ତି ସାନିଟାଇଜ୍ ପିଆଇ ଦେଇଛନ୍ତି ଗାଁର ଅନ୍ୟ କିଛି ଯୁବକ ।
ପ୍ରକାଶଥାଉକି, ସାନିଟାଇଜ୍ ସିଞ୍ଚନ କରିବା ସମୟରେ ଗାଁର ଇନ୍ଦ୍ରପାଲ୍ ଓ ତାଙ୍କ ସାଥି ଗୋଡରେ ଟିକେ ସାନିଟାଇଜର ପଡିଯିବାରୁ କୁନୱାରଙ୍କ ସହ ମାରପିଟ୍ କରିଥିଲେ । ଏହାସହ ସାନିଟାଇଜର ପିଆଇ ଦେଇଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା ମାତ୍ର ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି ।
ପ୍ରକାଶଥାଉକି, ଏହି ଘଟଣାଟି ଏପ୍ରିଲ 14 ରେ ଘଟିଥିଲା । ତାଙ୍କ ଅବସ୍ଥା ଖରାପ ହେବା ପରେ କୁନୱାର ପାଲଙ୍କୁ ମୋରାଦାବାଦର ଟିଏମୟୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ 17 ଏପ୍ରିଲରେ ମୃତ୍ୟୁ ବରଣ କରିଥିଲେ। ପୋଲିସ ଇନ୍ଦ୍ରପାଲଙ୍କ ସମେତ ପାଞ୍ଚ ଅଭିଯୁକ୍ତଙ୍କ ବିରୋଧରେ ଧାରା 147, 323 ଏବଂ 304 ଅନୁଯାୟୀ ଏକ ମାମଲା ରୁଜୁ କରିଛି । ତେବେ ଏପର୍ଯ୍ୟନ୍ତ କାହାକୁ ବି ଗିରଫ କରାଯାଇନାହିଁ।