ଚଣ୍ଡିଗଡ: ହରିୟାଣାର ହାଂସିରେ ଜଣେ ଯୁବକ ନିକଟକୁ ଭିଡିଓ କଲ ଆସିବା ପରେ ଉକ୍ତ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଯାଇଛି । ପ୍ରାଥମିକ ତଦନ୍ତରୁ ଏହି କଲ ପାକିସ୍ତାନରୁ ଆସିଥିବା ଜଣାପଡିଛି । ତେବେ ଭିଡିଓ କଲ ପାଇଥିବା ବ୍ୟକ୍ତି ଜଣକ ହେଲେ କୋଠୀ ଅଞ୍ଚଳରେ ରହୁଥିବା ଶନ୍ନି ବତରା ।
ଯୁବକଙ୍କ ନିକଟକୁ ପାକିସ୍ତାନରୁ ଆସିଲା ଭିଡିଓ କଲ, ବମ କେଉଁଠି ରଖିବାକୁ ପଚରାଗଲା ପ୍ରଶ୍ନ - bomb
ପାକିସ୍ତାନ ପଟୁ ହରିୟାଣାର ଯୁବକଙ୍କ ନିକଟକୁ ଆସିଲା ଫୋନ କଲ । ବମ କେଉଁଠି ରଖିବା ନେଇ ଯୁବକଙ୍କୁ ପ୍ରଶ୍ନ କଲେ ଦୁର୍ବୁତ୍ତ । ପୋଲିସର ତଦନ୍ତ ଜାରି ।
ହ୍ବାଟସ ଆପରେ ପ୍ରଥମେ ଭିଡିଓ କଲ ଆସିବା ସନ୍ନି ନିକଟସ୍ଥ ପୋଲିସ ଷ୍ଟେସନରେ ଆସି ସମସ୍ତ ଘଟଣା କହିଥିଲେ। ସନ୍ନିଙ୍କ କହିବାନୂଯାୟୀ, କଲ କରିଥିବା ବ୍ୟକ୍ତି ଜଣଙ୍କ କହିଲେ ଭାଇଜାନ କେସେ ହୋ । ଔର ବମ କାହାଁ ରଖନା ହୈ। ଏହାପରେ ସେ ଉକ୍ତ ବ୍ୟକ୍ତିଙ୍କୁ ଗାଳି ଦେବା ସହ ଫୋନ କାଟି ଦେଇଥିଲେ । ତେବେ ଇଣ୍ଡିଆ ଭିତରୁ ଯାହା ଫୋନ କଲ ଆସିଥାଏ ନମ୍ବର ଆଗରେ 91 ବୋଲି ଲେଖାଯାଇଥାଏ । କିନ୍ତୁ ସନ୍ନିଙ୍କ ପାଖକୁ ଆସିଥିବା 923108980283 ନମ୍ବର ଆଗରେ 92 ଲେଖା ହୋଇଛି ଯାହା ପାକିସ୍ତାନ ପଟୁ କଲ ଆସିଥିବା ସନ୍ଦେହ କରାଯାଉଛି ।
ଏହି ଫୋନ କଲେ ପରେ ଗୁଇନ୍ଦା ବିଭାଗ ସମ୍ପୂର୍ଣ୍ଣ ଆଲର୍ଟ ହୋଇଯାଇଛି। ଆଉ ଘଟଣାର ତଦନ୍ତ ରଖିଛି ପୋଲିସ ।