ଓଡିଶା

odisha

ETV Bharat / bharat

ଅଳିଆ ଗଦାର ରୋଟି ଦେଉଛି ରୋଜଗାର, ପୋଷୁଛି ପେଟ - ରୋଟି ପୂରାଉଛି ପେଟ

ଅଳିଆ ଗଦାରେ ଫିଙ୍ଗା ହେଉଥିବା ରୋଟି କାହାର ପେଟ ପୂରାଇଥାଏ। ହେଲେ ରୋଜଗାର ଦେବା ସହ ଚିକିତ୍ସା ଯୋଗାଇଥାଏ ତାହା କେହି କେବେ ବିଶ୍ବାସ କରିପାରିବେ ନାହିଁ। ଅଧିକ ଖବର ପଢନ୍ତୁ...

watch special story of dwarka najafgarh
ଅଳିଆ ଗଦାର ରୋଟି ଦେଉଛି ରୋଜଗାର, ପୋଷୁଛି ପେଟ

By

Published : Mar 11, 2020, 7:47 PM IST

ନୂଆଦିଲ୍ଲୀ: ଭୋକ ଆଉ ଭେକ ମଣିଷ ପାଇଁ ଜରୁରୀ। ଜଣେ ଭୋକିଲା ହିଁ ଭୋକର ଜ୍ବାଳାକୁ ହିଁ ଅନୁଭବ କରିଥାଏ। ଭୋକିଲା ବ୍ୟକ୍ତିର ସାମ୍ନାରେ କିଛି ବି ଖାଦ୍ୟ ମିଳିଲେ ସେ ତାକୁ ପ୍ରାଣ ବିକଳରେ ଖାଇନେଇଥାଏ। ସଫା ସୁତରା ଓ ସ୍ବାଦର କ୍ଷଣିକ ପାଇଁ ବାଛ ବିଚାର ନଥାଏ ବ୍ୟକ୍ତି ପାଖରେ।

ଅଳିଆ ଗଦାର ରୋଟି ଦେଉଛି ରୋଜଗାର, ପୋଷୁଛି ପେଟ

ତେବେ ଅନେକ ସମୟରେ ଆମେ ପେଟ ପୂରେଇ ଖାଇବା ପରେ କିଛି ଖାଦ୍ୟ ବା ରୋଟି ବଳିପଡେ। ଯାହାକୁ ଆମେ କୁକୁରକୁ ଦେଇଦେଉ, କିମ୍ବା ଡଷ୍ଟବିନରେ ଫୋପାଡି ଦେଉ। ହେଲେ ଏହି ଖରାପ ଦି ଖଣ୍ଡ ରୋଟି ଯେ ଜଣଙ୍କ ଜୀବନ ବଞ୍ଚେଇଥାଏ ତାହା କେହି କେବେ ଭାବି ପାରିବେନି। କେବଳ ସେତିକି ନୁହେଁ ଏଥିରୁ କିଛି ପରିବାର ଆୟର ପନ୍ଥା ବାହାର କରିବା ସହ ଚିକିତ୍ସା ଓ ପେଟ ପୋଷୁଛନ୍ତି। ଯାହା କଳ୍ପନାର ବାହାରେ ହୋଇଥିଲେ ବି ଆୟର ଏକ ପ୍ରଧାନ ଉତ୍ସ ଭାବେ ଉଭା ହୋଇପାରିଛି।

ସୂଚନା ଅନୁସାରେ, ଦ୍ବାରକା ନଜାଫଗଡ ଅଞ୍ଚଳରେ ରୋଟିଆଣ୍ଡିଲିର ଏକ ଉପନିବେଶ ଅଛି। ଯାହା ଅଳିଆ ଉଠାଇବା ସ୍ଥାନ। ଏହି ବସ୍ତି ଅଞ୍ଚଳରେ ଅନେକ ପରିବାର ମଧ୍ୟ ଅଛନ୍ତି ଯେଉଁମାନେ ଏହି ଅଳିଆ ଗଦାରୁ ନିଜର ଆୟର ଉତ୍ସ ସ୍ଥିର କରିବା ସହ ପରିବାର ପେଟ ପୋଷୁଛନ୍ତି।

ସେଥିମଧ୍ୟରୁ ଜଣେ ଅଳିଆ ସଂଗ୍ରହକାରୀଙ୍କ କହିବା ଅନୁସାରେ, ଖରାପ ଓ ପିଙ୍ଗା ହୋଇଥିବା ରୋଟି ଗୁଡିକୁ ଆମେ ଅଳିଆ ଗଦାରୁ ସଂଗ୍ରହ କରୁ। ଏହା ପରେ ରୋଟିକୁ ଶୁଖାଯାଏ। ପରେ ରୋଟିକୁ ମଧ୍ୟ 10 ରୁ 15 କିଲୋଗ୍ରାମରେ ବିକ୍ରି କରାଯାଏ। ଯାହା ସେମାନଙ୍କୁ ରୋଜଗାର ସହ ନିଯୁକ୍ତି ଦେଇଥାଏ।

ରୋଟି କୁଣ୍ଡା ସଂଗ୍ରହ କରୁଥିବା ଯୁବକଙ୍କ କହିବା ଅନୁସାରେ, ଏହି ରୋଟିକୁ ଦୁଗ୍ଧଚାଷୀଙ୍କ ଦ୍ବାରା ଶୁଖାଯିବା ସହ ପଶୁଙ୍କୁ ଖାଇବାକୁ ଦିଆଯାଏ। ଯେଉଁମାନେ ଗୋରୁଗାଈ ରଖିଛନ୍ତି ସେମାନେ ଏହି ଶୁଖିଲା ରୁଟି ପଶୁଙ୍କୁ ଖୁଆଇବାକୁ କିଣଥାନ୍ତି | ଯାହାକୁ ଖାଇବା ଦ୍ବାରା ପଶୁମାନଙ୍କ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହୋଇଥାଏ ।

ନଜାଫଗଡ ଅଞ୍ଚଳରେ ଅନେକ ପରିବାର ଚାକିରୀ କରୁଛନ୍ତି। ଏହି କଲୋନୀରେ ଅନେକ ପରିବାର ଅଛନ୍ତି ଯେଉଁମାନେ ଅଳିଆ କାମ କରନ୍ତି ଏବଂ ଭଡାଘରେ ରହୁଛନ୍ତି। ଯେଉଁମାନେ ଡଷ୍ଟବିନରେ ପଡ଼ିଥିବା ଖାଦ୍ୟ ସାମଗ୍ରୀ ସହିତ ଅଳିଆ ଆଣନ୍ତି ଏବଂ ଏହାକୁ ଶୁଖାଇ ସେଥିରୁ ଟଙ୍କା ରୋଜଗାର କରନ୍ତି।

ଏପରି ପରିସ୍ଥିତିରେ, ଯଦି ପ୍ରତ୍ୟେକ ବ୍ୟକ୍ତି ଅବଶିଷ୍ଟାଂଶକୁ ନିଜ ଘରେ ଅଳିଆଗଦାରେ ନପକାଇ ବର୍ଜ୍ୟବସ୍ତୁ ନେଉଥିବା ବ୍ୟକ୍ତିଙ୍କୁ ଦେଇ ଦେବେ ଅନେକ ବ୍ୟକ୍ତି ନିଯୁକ୍ତି ପାଇବା ସହ ରୋଜଗାର ମଧ୍ୟ କରିପାରିବେ।

ABOUT THE AUTHOR

...view details