ଲକ୍ଷ୍ନୌ: ପୁଣି 40 ଫୁଟ ମାଟି ତଳକୁ ଖସିଲା ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ସୀତାପୁରରେ । ସୋମବାର ଏହି ଅଞ୍ଚଳରେ ବୋରିଂ ଖୋଳାଯାଉଥିଲା । ଆଉ ଏହି ଗର୍ତ୍ତରେ ଖସିପଡିଲା ଜଣେ ଯୁବକ । ଯୁବକ ଜଣକ କାଲି ସନ୍ଧ୍ୟାରୁ ଖସିଛନ୍ତି । ତାଙ୍କୁ ବାହାରକୁ କାଢିବା ପାଇଁ ଦୁଇଟି ଜେସିବି ମେସିନ ମାଟି ଖୋଳିବା ଆରମ୍ଭ କରିଛି । ଏହାସହ ଏନଡିଆରଏଫ ଟିମକୁ ମଧ୍ୟ ସୂଚନା ଦିଆଯାଇଛି । ସେପଟେ ପୋଲିସ, ପ୍ରଶାସନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଯାଇଛନ୍ତି ।
40 ଫୁଟ ବୋରିଂ ଗାତକୁ ଖସିଲା ଯୁବକ, ଉଦ୍ଧାର କାର୍ଯ୍ୟ ଜାରି - ଉତ୍ତରପ୍ରଦେଶର ସୀତାପୁର ଖବର
ଉତ୍ତରପ୍ରଦେଶର ସୀତାପୁରରେ ଅଭାବନୀୟ ଘଟଣା । ଏଠାରେ ଜଣେ 35 ବର୍ଷୀୟ ଯୁବକ 40 ଫୁଟ ମାଟି ତଳକୁ ଖସିପଡିଲା । ଉଦ୍ଧାର କାର୍ଯ୍ୟ ଜାରି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
40 ଫୁଟ ବୋରିଂ ଗାତକୁ ଖସିଲା ଯୁବକ
40 ଫୁଟ ବୋରିଂ ଗାତକୁ ଖସିଲା ଯୁବକ
କୁହାଯାଉଛି ଯେ ଏହି ଅଞ୍ଚଳରେ ରହୁଥିବା 35 ବର୍ଷୀୟ ଯୁବକ ଅନୁଜ ସୋମବାର ସନ୍ଧ୍ୟାରେ ଜମିରେ ଲାଗିଥିବା ପମ୍ପକୁ ସଜାଡିବା ପାଇଁ ଯାଇଥିଲା । ସେତିକି ବେଳେ ଅଚାନକ ନିକଟରେ ଖୋଳାଇଥିବା ବୋରିଂର ଚତୁଃପାର୍ଶ୍ବରୁ ବାଲି ଖସିଗଲା ଏବଂ ଅନୁଜ ସେହି ଖାଲ ଭିତରକୁ ଗଳି ପଡିଲେ । ପାଖରେ ଥିବା ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଲେ । ଖବର ପାଇଁ ପ୍ରଶାସନ ପକ୍ଷରୁ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ