କେନ୍ଦ୍ରାପଡା: ଆଜି କାଲିର ଯୁବପିଢି ପପୁଲାର ଭିଡିଓ ଆପ ଟିକଟକ ପଛରେ ବାୟା । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ବ୍ରାହ୍ମଣୀ ନଦୀ ନାହିଆଡିଆକୂଳରେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, 4ଜଣ ଯୁବକ ସାଙ୍ଗହୋଇ ନଦୀ ଭିତରେ ପଶି ଟିକଟକ କରୁଥିଲେ । ହେଲେ ଅସାବଧାନତା ଯୋଗୁଁ ନଦୀ ଭିତରେ ବୁଡି ଯାଇଥିଲେ ଜଣେ ଯୁବକ ।
ନଦୀରେ ଟିକଟକ କରିବା ପଡିଲା ମହଙ୍ଗା, ପାଣିରେ ବୁଡି ଯୁବକ ମୃତ - young man drowned in river, died
ନଦୀରେ ଟିକଟକ କରିବା ପଡିଲା ମହଙ୍ଗା । ପାଣିରେ ବୁଡି ଯୁବକ ମୃତ । ଅଧିକ ପଢନ୍ତୁ...
ନଦୀରେ ଟିକଟକ କରିବା ପଡିଲା ମହଙ୍ଗା,
ଯୁବକ ଜଣକ କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ନସଡିପୁର ଗ୍ରାମର ସେକ ସଚିନ। ତେବେ ସ୍ଥାନୀୟ ଲୋକମାନେ ସଚିନଙ୍କୁ ଉଦ୍ଧାର କରି ଅଣ୍ଡରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତର ସଚିନଙ୍କୁ ମୃତ ଘୋଷଣା କରିଥିଲେ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ