ଗାନ୍ଧୀନଗର: ପାଳିତ ହୋଇଯାଇଛି 71ତମ ସାଧାରଣତନ୍ତ୍ର ଦିବସ। ଆଜିର ଏହି ଦିନକୁ ବିଭିନ୍ନ ସ୍ଥାନରେ ଖୁବ୍ ଧୁମଧାମରେ ପାଳନ କରାଯାଉଛି। ହେଲେ ଦ୍ବାରକାର ଜଣେ ଯୁବକ ଏହାକୁ ଅତ୍ୟନ୍ତ ନିଆରା ଢଙ୍ଗରେ ପାଳନ କରିଛନ୍ତି।
ନିଆରା ସାଧାରଣତନ୍ତ୍ର ଦିବସ, ସମୁଦ୍ରର ନୀଳ ଜଳରାଶିରେ ଫରଫର ଉଡୁଛି ତ୍ରିରଙ୍ଗା - ସାଧାରଣତନ୍ତ୍ର ଦିବସ
ସମୁଦ୍ର ଭିତରେ ଯୁବକଙ୍କ ନିଆରା ସାଧାରଣତନ୍ତ୍ର ଦିବସ ପାଳନ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜୁରାଟର ଦ୍ବାରକା ଜିଲ୍ଲାରେ। ଅଧିକ ଖବର ପଢନ୍ତୁ...
ନିଆରା ସାଧାରଣତନ୍ତ୍ର ଦିବସ, ସମୁଦ୍ରର ନୀଳ ଜଳରାଶିରେ ଫରଫର ଉଡୁଛି ତ୍ରିରଙ୍ଗା
ସୂଚନା ଅନୁସାରେ,ଗୁଜୁରାଟର ଏହି ଯୁବକ ଜଣ ହେଉଛନ୍ତି କୀର୍ତ୍ତି ଭେଗଲ। ସମୁଦ୍ରର ଅକାତ କାତ ପାଣି ଓ ଅଥଳ ନୀଳ ଜଳରାଶିର ଢେଉ ମଧ୍ୟରେ ଯୁବକ ଜଣକ ପତାକା ଉତ୍ତୋଳନ କରିଛନ୍ତି। ନିଜର ସମସ୍ତ ସରଞ୍ଜାମ ସହ କୀର୍ତ୍ତି ସମୁଦ୍ରକୂଳରେ ପହଞ୍ଚିଥିଲେ। ଏହାପରେ ଦେଶମାତୃକା ପ୍ରତି ଥିବା ନିଜର ଅନାବିଳ ଭଲପାଇବାକୁ ପରିପ୍ରକାଶ କରିଥିଲେ।
ଆଜିର ଏହି ଦିନକୁ ନେଇ ବିଭିନ୍ନ ସ୍ଥାନରେ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ହେଲେ ପ୍ରଥମ ଥର ପାଇଁ ଜାତୀୟ ପତାକାକୁ ସମୁଦ୍ର ଭିତରେ ଉଡାଇଛନ୍ତି ଏହି ଯୁବକ।