ଓଡିଶା

odisha

ETV Bharat / bharat

ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ବିଶ୍ବର ଅଜବ ଦଣ୍ଡ - ଅପରାଧୀଙ୍କ ପାଇଁ ଦଣ୍ଡ

ଅପରାଧିଙ୍କ ପାଇଁ ଏମିତି କିଛି ଦଣ୍ଡ ରହିଛି ଯାହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରାଇବ । ଅଧିକ ପଢନ୍ତୁ...

ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ବିଶ୍ବର ଅଜବ ଦଣ୍ଡ
ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ବିଶ୍ବର ଅଜବ ଦଣ୍ଡ

By

Published : Jan 3, 2020, 7:06 PM IST

ହାଇଦ୍ରାବାଦ: ଅପରାଧ ଯେତେବି ଛୋଟ ହୋଇଥାଉ ନା କାହିଁକି ସେଥିପାଇଁ ଦଣ୍ଡ ନିଶ୍ଚିତ ମିଳିଥାଏ। ହେଲେ ଅପରାଧୀଙ୍କ ପାଇଁ ଏମିତି କିଛି ଦଣ୍ଡ ରହିଛି ଯାହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରାଇବ । ଆଜି ଆମେ ଆପଣଙ୍କୁ ଏପରି କିଛି ଦଣ୍ଡ ସମ୍ପର୍କରେ କହିବୁ। ଜାଣିବା ପାଇଁ ପଢନ୍ତୁ...

ଆମେରିକାର ମିସୌରୀରେ ବାସ କରୁଥିବା ଡେବିଡ ବେରୀ ନାମକ ବ୍ୟକ୍ତି 100ଟି ହରିଣ ଶୀକାର କରିଥିଲେ । 2018 ମସିହାରେ ତାଙ୍କୁ ଏହି ଅପରାଧ ପାଇଁ ଅଦାଲତ ଏକ ବର୍ଷର ଜେଲ୍‌ରେ ରହଣୀ ସହ ମାସକୁ ଅତିକମ୍‌ରେ ଗୋଟିଏ ଥର ଡିଜ୍‌ନୀ ବାମ୍ବୀ କାର୍ଟୁନ ଦେଖିବାର ଦଣ୍ଡ ଶୁଣାଇଥିଲେ।

2003 ମସିହାରେ ଆମେରିକା ସିକାଗୋରେ ବାସ କରୁଥିବା ଦୁଇ ଯୁବକ ଖ୍ରୀଷ୍ଟମାସ ସନ୍ଧ୍ୟାରେ ଚର୍ଚ୍ଚରୁ ଇସା ମସିହା ମୂର୍ତ୍ତୀ ଚୋରି କରିବା ସହ ଏହାର କ୍ଷତି କରିଥିଲେ । ଏହି ଅପରାଧରେ ସେହି ଦୁହିଁଙ୍କୁ 45 ଦିନ ପାଇଁ ଜେଲ୍ ଦଣ୍ଡ ଭୋଗିବାକୁ ପଡିଥିଲା । ଏତତ୍ ବ୍ୟତୀତ ତାଙ୍କୁ ପ୍ରତିଦିନ ଗୋଟିଏ ଗଧ ସହ ମାର୍ଚ୍ଚ କରିବା ପାଇଁ ଆଦେଶ ଦିଆଯାଇଥିଲା।

2011ରେ ଆମେରିକା ସ୍ଥିତ ଓକଲାହୋମାରେ ବାସ କରୁଥିବା 17 ବର୍ଷୀୟ ଟାଇଲର ଏଲରେଡ ଦ୍ବାରା ମଦ ପିଇ ଗାଡି ଚଲାଇବା ଦ୍ବାରା ଜଣେ ବ୍ୟକ୍ତିଙ୍କ ମୃ୍ତ୍ୟୁ ହୋଇଥିଲା। ସେ ସମୟରେ ଟାଇଲର ସ୍କୁଲରେ ପଢିଥିଲେ ତେଣୁ ତାଙ୍କୁ ଅଦାଲତ ନିଜର ଗ୍ରାଜୁଏସନ୍ ସାରିବା ସହ 10 ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ଚର୍ଚ୍ଚ ଯିବାକୁ ଆଦେଶ ଶୁଣାଇଥିଲେ।

ସ୍ପେନର ଏଣ୍ଡାଲୁସିୟରେ ବାସ କରୁଥିବା 25 ବର୍ଷୀୟ ଯୁବକଙ୍କୁ ତାର ପିତାମାତା ପକେଟ୍ ମନି ଦେବାକୁ ମନା କରିବାରୁ ସେ ଏହି ଘଟଣାକୁ ନେଇ ଏକ ମାମଲା ଦାଏର କରିଥିଲା। ମାତ୍ର ଅଦାଲତ ତାକୁ ଦଣ୍ଡ ସ୍ବରୁପ ଘର ଛାଡିବା ସହ ନିଜ ଗୋଡରେ ଛିଡା ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ।

ABOUT THE AUTHOR

...view details