ଓଡିଶା

odisha

ETV Bharat / bharat

ସିଏଏକୁ ବିରୋଧ: କଂଗ୍ରେସ ବିଧାୟକଙ୍କୁ ବାଚସ୍ପତିଙ୍କ ମୁହଁତୋଡ ଜବାବ - Gujurat assembly news

ଗୁଜୁରାଟ ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ଶୁକ୍ରବାର ନାଗରିକତା ସଂଶୋଧନ ଆଇନକୁ ନେଇ ଆଲୋଚନା କରିଛନ୍ତି। ଆଗକୁ ପଢନ୍ତୁ...

You are not in pakistan
ଫାଇଲ ଫଟୋ

By

Published : Jan 11, 2020, 12:48 PM IST

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ଶୁକ୍ରବାର ନାଗରିକତା ସଂଶୋଧନ ଆଇନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହା ମଧ୍ୟରେ ସେ କଂଗ୍ରେସ ବିଧାୟକ ଇମରାନ ଖେଡୱାଲାଙ୍କୁ ବିଧାନସଭାରେ ଅନୁଶାସନ ରଖିବା ପାଇଁ କହିଥିଲେ ଓ ଆପଣ ପାକିସ୍ତାନରେ ନାହାଁନ୍ତି ବୋଲି କଟାକ୍ଷ କରିଥିଲେ।


ନାଗରିକତା ସଂଶୋଧନ ଆଇନ ଭଳି ଐତିହାସିକ ସଂଶୋଧନ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରଂଶାସା କରାଯାଇଥିଲା। ଏହି ସମୟରେ କଂଗ୍ରେସ ବିଧାୟକ ଏକ ପୋଷ୍ଟର ଧରି ଏହାକୁ ବିରୋଧ କରିଥିଲେ । ପୋଷ୍ଟରରେ ରକ୍ତରେ ସିଏଏ, ଏନଆରସି, ଏନପିଆରକୁ ବହିସ୍କାର କର ବୋଲି ଲେଖାଯାଇଥିଲା।

ଏହାକୁ ନେଇ ରାଜେନ୍ଦ୍ର ତ୍ରିବେଦୀ ପାକିସ୍ତାନରେ ଆପଣ ନାହାଁନ୍ତି ବୋଲି କଂଗ୍ରେସ ବିଧାୟକଙ୍କ ଉଦ୍ଦେଶ୍ୟରେ କହିଥିଲେ। ବିଧାୟକ ଓ କଂଗ୍ରେସ ଅଧ୍ୟକ୍ଷ ଅମିତ ଚାୱଡା ଏହାକୁ ବିରୋଧ କରି ଏପରି କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି। ଅନ୍ୟପକ୍ଷେ ରାଜେନ୍ଦ୍ର ତ୍ରିବେଦୀ ଏଥିପାଇଁ କ୍ଷମା ମାଗିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଥିଲେ।

ABOUT THE AUTHOR

...view details