ଓଡିଶା

odisha

ETV Bharat / bharat

କାଶ୍ମୀର ପ୍ରସଙ୍ଗ: ଓମାରଙ୍କ ସମର୍ଥନରେ ଥରୁର୍‌ - ଓମାର ଅବଦୁଲ୍ଲା

ଓମାରଙ୍କ ଟ୍ବିଟରେ ରିଟ୍ବିଟ କରି ଲେଖିଛନ୍ତି, ଆପଣ ଏକା ନୁହଁନ୍ତି ଓମାର ଅବଦୁଲ୍ଲା । ପ୍ରତିଟି ଲୋକତାନ୍ତ୍ରିକ ଭାରତୀୟ କାଶ୍ମୀରର ମୁଖ୍ୟଧାରା ନେତାଙ୍କ ସହ ଛିଡା ହୋଇଛନ୍ତି । ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ସରକାର ଯାହା ବି ପଦକ୍ଷେପ ନେବେ ତାହକୁ ଆମେ ସମର୍ଥନ ଦେବୁ ।

ଫାଇଲ ଫଟୋ

By

Published : Aug 5, 2019, 2:43 AM IST

Updated : Aug 5, 2019, 5:31 AM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଲାଗିଛି 144 ଧାରା । ଆଉ ଏପରି ସ୍ଥିତିରେ ପୂର୍ବ ମୁଖ୍ୟମନ୍ତ୍ରୀ ମହେବୁବା ମୁଫତି ଏବଂ ଓମାର ଅବଦୁଲ୍ଲାଙ୍କୁ କରାଯାଇଛି ନଜରବନ୍ଦୀ । ଏହି ଘଟଣା ପରେ ଏବେ କଂଗ୍ରେସ ନେତା ଶଶି ଥରୁର୍ ଓମାର ଅବଦୁଲ୍ଲାଙ୍କୁ ଜଣାଇଛନ୍ତି ସମର୍ଥନ ।

ଏହି ଘଟଣା ନେଇ ସେ ଓମାରଙ୍କ ଟ୍ବିଟରେ ରିଟ୍ବିଟ କରି ଲେଖିଛନ୍ତି, ଆପଣ ଏକା ନୁହଁନ୍ତି ଓମାର ଅବଦୁଲ୍ଲା । ପ୍ରତିଟି ଲୋକତାନ୍ତ୍ରିକ ଭାରତୀୟ କାଶ୍ମୀରର ମୁଖ୍ୟଧାରା ନେତାଙ୍କ ସହ ଛିଡା ହୋଇଛନ୍ତି । ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ସରକାର ଯାହା ବି ପଦକ୍ଷେପ ନେବେ ତାହକୁ ଆମେ ସମର୍ଥନ ଦେବୁ । କିନ୍ତୁ କାଶ୍ମୀରର ଅଧିକାର ଯେମିତି ଅକ୍ଷୁର୍ଣ୍ଣ ରୁହେ ।

ଫଟୋ ସୌଜନ୍ୟ: 'ଟ୍ବିଟର@ShashiTharoor

ଏହା ବ୍ୟତତି ସେ ଆଉ ଏକ ଟ୍ବିଟ କରି ଲେଖିଛନ୍ତି, ଜମ୍ମୁ କାଶ୍ମୀରରେ କଣ ହେଉଛି । କାହିଁକି ରାତାରାତି ନେତାଙ୍କୁ ଗିରଫ କରାଯାଉଛି । ଯେତେବେଳେ ସେମାନେ କୌଣସି ଭୁଲ କରିନାହାନ୍ତି । ଯଦି କାଶ୍ମୀରବାସୀ ଆମର ନାଗରିକ ଏବଂ ତାଙ୍କର ନେତା ଆମର ସହଯୋଗୀ । ତେବେ ନିଶ୍ଚିତ ଭାବରେ ଆତଙ୍କବାଦ ସହ ଲଢିବା ପାଇଁ ମୁଖ୍ୟଧାରର ନେତାଙ୍କୁ ସାଙ୍ଗରେ ରଖିବାର ଆବଶ୍ୟକତା ରହିଛି । ଯଦି ଆମେ ତାଙ୍କୁ ଅଲଗା କରିଦେବା ତେବେ ଆଉ କିଏ ରହିଯିବ ।

ଏଠାରେ ସୂଚନାଯୋଗ୍ୟ, କାଶ୍ମୀର ନେତାଙ୍କୁ ନଜରବନ୍ଦୀ କରାଯିବ ସହ ଶ୍ରୀନଗରରେ 144 ଧାରା ମଧ୍ୟ ଲଗାଯାଇଛି । ଏନେଇ ସମସ୍ତ ସ୍କୁଲ, କଲେଜ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସେଠାରେ ସମସ୍ତ ମୋବାଇଲ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି ।

Last Updated : Aug 5, 2019, 5:31 AM IST

ABOUT THE AUTHOR

...view details