ଓଡିଶା

odisha

ETV Bharat / bharat

ରାତିପାହିଲେ ଯୋଗିନୀ ଏକାଦଶୀ, ଜାଣନ୍ତୁ ପାଳନ ପଛର ରହସ୍ୟ - ବିଷ୍ଣୁ ଭଗବାନ

ବିଷ୍ଣୁ ଭଗବାନଙ୍କୁ ପ୍ରସନ୍ନ କରି ଆଶୀର୍ବାଦ ପାଇବା ପାଇଁ ଏହି ଯୋଗିନୀ ଏକାଦଶୀ ପାଳନ କରିବାର ନିୟମ ରହିଛି । ପଦ୍ମ ପୁରାଣ ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ଏକାଦଶୀର ମହତ୍ତ୍ବ ବିଷୟରେ ବୁଝାଇଛନ୍ତି । ଅଧିକ ପଢନ୍ତୁ...

ରାତିପାହିଲେ ଯୋଗିନୀ ଏକାଦଶୀ, ଜାଣନ୍ତୁ ପାଳନ ପଛର ରହସ୍ୟ
ରାତିପାହିଲେ ଯୋଗିନୀ ଏକାଦଶୀ, ଜାଣନ୍ତୁ ପାଳନ ପଛର ରହସ୍ୟ

By

Published : Jun 16, 2020, 5:53 PM IST

ହାଇଦ୍ରାବାଦ: ଆଷାଢ ମାସର କୃଷ୍ଣ ପକ୍ଷ ଏକାଦଶୀ । ଏହି ଦିନ ଭଗବାନ ବିଷ୍ଣୁଙ୍କ ଯୋଗିନୀ ଏକାଦଶୀ ବ୍ରତ ପାଳନ କିରବାର ବିଧାନ ରହିଛି । ଚଳିତବର୍ଷ ଏହି ବ୍ରତ 17 ଜୁନରେ ପଡୁଛି ।

ବିଷ୍ଣୁ ଭଗବାନଙ୍କୁ ପ୍ରସନ୍ନ କରି ଆଶୀର୍ବାଦ ପାଇବା ପାଇଁ ଏହି ଯୋଗିନୀ ଏକାଦଶୀ ପାଳନ କରିବାର ନିୟମ ରହିଛି । ପଦ୍ମ ପୁରାଣ ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ ଏକାଦଶୀର ମହତ୍ତ୍ବ ବିଷୟରେ ବୁଝାଇଛନ୍ତି । ସର୍ପଙ୍କ ଭିତରେ ଶେଷନାଗ, ପକ୍ଷୀମାନଙ୍କ ମଧ୍ୟରେ ଗରୁଡ, ଦେବତାଙ୍କ ମଧ୍ୟରେ ବିଷ୍ଣୁ ଏବଂ ବ୍ରାହ୍ମଣ ମଣିଷଙ୍କ ମଧ୍ୟରେ ଶ୍ରେଷ୍ଠ । ସେହିପରି ଏକାଦଶୀ ଉପବାସ ମଧ୍ୟରେ ଏହି ଏକାଦଶୀ ଶ୍ରେଷ୍ଠ ଅଟେ ।

ଶାସ୍ତ୍ର ଅନୁଯାୟୀ, 'ଯୋଗିନୀ ଏକାଦାଶି' ପ୍ରାଣୀମାନଙ୍କୁ ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଏବଂ ଚର୍ମ ରୋଗରୁ ମୁକ୍ତି ଦେଇ ଜୀବନକୁ ସଫଳ କରିବାରେ ସାହାଯ୍ୟ କରିଥାଏ ।

ପଦ୍ମ ପୁରାଣ ଅନୁଯାୟୀ, ଯୋଗିନୀ ଏକାଦାଶି ଶରୀରର ସମସ୍ତ ରୋଗକୁ ନଷ୍ଟ କରି ସୁନ୍ଦର ରୂପ, ଗୁଣ ଏବଂ ଖ୍ୟାତି ପ୍ରଦାନ କରିଥାଏ । ଏହି ଦିନ ଭଗବାନ ବିଷ୍ଣୁଙ୍କ ସହ ବର ଗଛକୁ ପୂଜା କରିବାର ମଧ୍ୟ ନିୟମ ରହିଛି । ଏହି ଦିନ 'ଓମ୍ ନମୋଃ ଭଗବତ ବାସୁଦେବାୟ' ମନ୍ତ୍ର ଜପ କରିବାବେଳେ ଭଗବାନ ବିଷ୍ଣୁଙ୍କ ପ୍ରତିମାକୁ ସ୍ନାନ କରାଇବା ସହ ଅକ୍ଷତ, ପୁଷ୍ପ, ଧୂପ ଇତ୍ୟାଦି ପ୍ରଦାନ କରାଯାଇଥାଏ । ଗୀତାର ଏହା ଉଲ୍ଲେଖ ରହିଛି ଯେ,ଏହି ଉପବାସର ଫଳ 88 ହଜାର ବ୍ରାହ୍ମଣଙ୍କୁ ଖାଇବାକୁ ଦେବା ସହିତ ସମାନ ।

ତେବେ ଯେଉଁମାନେ କୌଣସି କାରଣରୁ ଏକାଦଶୀ ଉପବାସ ପାଳନ କରିବାକୁ ସକ୍ଷମ ନୁହଁନ୍ତି, ସେମାନେ ବିଷ୍ଣୁ ଭଗବାନ ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଏକାଦଶୀ ଦିନ ରସୁଣ, ପିଆଜ, ମାଂସ, ମାଛ, ଅଣ୍ଡା ଖାଆନ୍ତୁ ନାହିଁ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚାଉଳରେ ଜଳ ପରିମାଣ ଅଧିକ ରହିଥାଏ । ଜଳ ଉପରେ ଚନ୍ଦ୍ରର ପ୍ରଭାବ ଅଧିକ ଥାଏ । ଚାଉଳ ଖାଇବା ଦ୍ବାରା ଶରୀରରେ ଜଳର ପରିମାଣ ବଢିଥାଏ । ଏହା ମନକୁ ଅଶାନ୍ତ କରିଥାଏ । ତେଣୁ ଏକାଦଶୀ ଉପବାସରେ ମନକୁ ସ୍ଥିର ରଖିବା ପାଇଁ ଚାଉଳରେ ତିଆରି ଜିନିଷ ଖାଇବା ନିଷେଧ ।

ABOUT THE AUTHOR

...view details