ଓଡିଶା

odisha

By

Published : Sep 25, 2020, 5:09 PM IST

ETV Bharat / bharat

ଯୋଗୀ ସରକାରଙ୍କ ବଡ ଘୋଷଣା, ପ୍ରତ୍ୟେକ ବର୍ଷ ସାମ୍ବାଦିକଙ୍କୁ ମିଳିବ 5 ଲକ୍ଷ ସ୍ବାସ୍ଥ୍ୟ ବୀମା

ଶୁକ୍ରବାର ସାମ୍ବାଦିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରତ୍ୟେକ ବର୍ଷ ସାମ୍ବାଦିକଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ପ୍ରଦାନ କରାଯିବ ବୋଲି ଉତ୍ତରପ୍ରଦେଶର ମୁଖ୍ୟ ସଚିବ ଅବନୀଶ କୁମାର ଅଗସ୍ତ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଯୋଗୀ ସରକାରଙ୍କ ବଡ ଘୋଷଣା, ପ୍ରତ୍ୟେକ ବର୍ଷ ସାମ୍ବାଦିକଙ୍କୁ ମିଳିବ 5 ଲକ୍ଷ ସ୍ବାସ୍ଥ୍ୟ ବୀମା
ଯୋଗୀ ସରକାରଙ୍କ ବଡ ଘୋଷଣା, ପ୍ରତ୍ୟେକ ବର୍ଷ ସାମ୍ବାଦିକଙ୍କୁ ମିଳିବ 5 ଲକ୍ଷ ସ୍ବାସ୍ଥ୍ୟ ବୀମା

ଲକ୍ଷ୍ନୌ: ସାରା ଦେଶରେ ଜାରି ରହିଛି ମହାମାରୀ କୋରୋନାର ପ୍ରକୋପ । ଏପରିସ୍ଥିତିରେ ସଂକ୍ରମଣର ଭୟ ସତ୍ତ୍ବେ ନିଜ ଜୀବନକୁ ବାଜି ଲଗାଇ ଦେଶ ବିଦେଶର ପ୍ରତ୍ୟେକ ଖବରକୁ କୋଭିଡ ଯୋଦ୍ଧା ସାଜି ଆମପାଖରେ ପହଞ୍ଚାଉଛନ୍ତି ସାମ୍ବାଦିକ । ଏପରିସ୍ଥିତିରେ ଅନେକ ସାମ୍ବାଦିକଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲାଣି । ତେବେ ଶୁକ୍ରବାର ସାମ୍ବାଦିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ରାଜ୍ୟର ସାମ୍ବାଦିକଙ୍କ ପାଇଁ ଦୁଇଟି ବଡ ଘୋଷଣା କରିଛନ୍ତି ଯୋଗୀ ସରକାର । ପ୍ରଥମରେ ଯେଉଁ ସାମ୍ବାଦିକଙ୍କ କୋରୋନାରେ ମୃତ୍ୟୁ ହେବ ସେମାନଙ୍କ ପରିବାର ବର୍ଗଙ୍କୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ।

ସେହିପରି ଦ୍ବିତୀୟ ଘୋଷଣାରେ ପ୍ରତ୍ୟେକ ବର୍ଷ ସାମ୍ବାଦିକଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ପ୍ରଦାନ କରାଯିବ ବୋଲି ଉତ୍ତରପ୍ରଦେଶର ମୁଖ୍ୟ ସଚିବ ଅବନୀଶ କୁମାର ଅଗସ୍ତ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details