ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଯୋଗୀ ସରକାର ପାନ ମସାଲା ପ୍ରସ୍ତୁତ ଓ ବିକ୍ରୟ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି । କେବେଳ ସାଧା ପାନ ମସଲା ରାଜ୍ୟରେ ବିକ୍ରି ହୋଇପାରିବ । ତମାଖୁ ଓ ନିକୋଟିନ୍ ମୁକ୍ତ ପାନ ମସାଲା ବିକ୍ରି ହୋଇପାରିବ ବୋଲି ଖାଦ୍ୟ ସୁରକ୍ଷା କମିଶନର ଓ ଡ୍ରଗ୍ସ ନିୟନ୍ତ୍ରକ ଅନୀତା ସିଂ ନିର୍ଦ୍ଦେଶ ଦେଇଛନ୍ତି । କଡା ଗୁଟଖା ପ୍ରସ୍ତୁତ, ସଂରକ୍ଷଣ ଓ ବିକ୍ରୟ ଉପରେ ଲାଗି ଥିବା ପ୍ରତିବନ୍ଧକ ଅପରିବର୍ତ୍ତିତ ରହିବ ।
ହଟିଲା ପାନ ମସାଲା ଉପରେ ଲାଗିଥିବା ପ୍ରତିବନ୍ଧକ - paan masala, stationery
ଉତ୍ତରପ୍ରଦେଶରେ ହଟିଲା ପାନ ମସଲା ଉପରେ ଲାଗିଥିବା ପ୍ରତିବନ୍ଧକ। ଗ୍ରୀନ ଓ ଅରେଞ୍ଜ ଜୋନରେ ଷ୍ଟେସନାରୀ ଓ ବହି ଦୋକାନ ଖୋଲିବାକୁ ମିଳିଲା ଅନୁମତି। ଅଧିକ ପଢନ୍ତୁ....

ହଟିଲା ପାନ ମସାଲା ଉପରେ ଲାଗିଥିବା ପ୍ରତିବନ୍ଧକ
ସେପଟେ,ରାଜ୍ୟରେ ଗ୍ରୀନ ଓ ଅରେଞ୍ଜ ଜୋନରେ ଷ୍ଟେସନାରୀ ଓ ବହି ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି । ସାମାଜିକ ଦୂରତା ରଖି ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାହିଁକିନା ଅନେକ ସରାକାରୀ ଓ ବେସରକାରୀ ସ୍କୁଲ ବନ୍ଦ ଥିଲେ ମଧ୍ୟ ଅନ ଲାଉନ ମାଧ୍ୟମରେ ପାଠ ପଢା ଆରମ୍ଭ ହେଲାଣୀ । ପାଖରେ ପଢା ବହି ନ ଥିବାରୁ ଛାତ୍ରଛାତ୍ରୀମାନଙ୍କର ପାଠ ପଢାରେ ସମସ୍ୟା ସୃଷ୍ଟି ହେଉଛି । ଯାହାକୁ ଦୃଷ୍ଟିରେ ରଖି ସରକାର ବହି ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୌଜନ୍ୟ @ANI