ଓଡିଶା

odisha

By

Published : May 1, 2020, 1:04 AM IST

ETV Bharat / bharat

ଯୋଗୀ ସରକାରଙ୍କ ବଡ ଘୋଷଣା: ଶୁକ୍ରବାର ଠାରୁ କାର୍ଯ୍ୟକାରୀ ହେବ ୱାନ୍ ନେସନ ୱାନ କାର୍ଡ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି। ଶୁକ୍ରବାର ଠାରୁ ୱାନ ନେସନ ୱାନ କାର୍ଡ ଯୋଜନା କାର୍ଯ୍ୟକାରୀ କରିବାକୁ ସିଏମ ଯୋଗୀ ଘୋଷଣା କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

one nation one card scheme implemented from 1st may
one nation one card scheme implemented from 1st may

ଲକ୍ଷ୍ନୌ: ସମଗ୍ର ଦେଶରେ କୋରୋନା ସଂକ୍ରମଣ ରିପୋର୍ଟ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଲକଡାଉନ ଜାରି ରହିଛି । ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି । ଶୁକ୍ରବାର ଠାରୁ ୱାନ ନେସନ ୱାନ କାର୍ଡ ଯୋଜନା କାର୍ଯ୍ୟକାରୀ କରିବାକୁ ସିଏମ ଯୋଗୀ ଘୋଷଣା କରିଛନ୍ତି ।

ୱାନ ନେସନ ୱାନ କାର୍ଡର ଯୋଜନା ଶୁକ୍ରବାରଠାରୁ ଦେଶରେ କାର୍ଯ୍ୟକାରୀ ହେବ । ବର୍ତ୍ତମାନ ଅନ୍ୟ ରାଜ୍ୟର ଲୋକମାନେ ଏହି ଯୋଜନାରୁ ସମାନ ରାସନ କାର୍ଡରେ ଖାଦ୍ୟ ଶସ୍ୟ ଏବଂ ରାସନ ପାଇବେ । ଏହି ଯୋଜନା ସହିତ, ଅନ୍ୟ ରାଜ୍ୟରେ ଫସି ରହିଥିବା ଲୋକମାନେ ମଧ୍ୟ ସହଜରେ ରାସନ ଏବଂ ଖାଦ୍ୟ ଶସ୍ୟ ପାଇବେ ।

ଏହାପୂର୍ବରୁ 18 ଏପ୍ରିଲରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଏକ ୱାନ ନେସନ ରେସନ କାର୍ଡ ଯୋଜନା ଗ୍ରହଣ କରିବାର ସମ୍ଭାବନାକୁ ବିଚାର କରିବାକୁ କହିଛନ୍ତି । ଯାହା ଦ୍ବାରା କୋରୋନା ଭାଇରସ କାରଣରୁ ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କୁ ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ ମିଳିପାରିବ । ଏହି ଯୋଜନା କେନ୍ଦ୍ର ସରକାର ଚଳିତ ବର୍ଷ ଜୁନ୍ ମାସରେ ଆରମ୍ଭ ହେବାକୁ ଯାଉଛି ।

ABOUT THE AUTHOR

...view details