ଓଡିଶା

odisha

ETV Bharat / bharat

ବିନା ପ୍ରମାଣରେ ୟୁପିରେ ହେଉଛି ଏନକାଉଣ୍ଟର: ଅସଦୁଦ୍ଦିନ ଓୱେସୀ - ବିନା ପ୍ରମାଣରେ ୟୁପିରେ ହେଉଛି ଏନକାଉଣ୍ଟର

ପୁଣି ଥରେ ୟୁପି ସରକାର ବିରୋଧରେ ମୋର୍ଚ୍ଚା ଖୋଲିଲେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ । ଏନକାଉଣ୍ଟରକୁ ନେଇ ଉଠାଇଲେ ପ୍ରଶ୍ନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

asaduddin owaisi
asaduddin owaisi

By

Published : Aug 19, 2020, 3:58 PM IST

ହାଇଦ୍ରାବାଦ: ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ ପୁଣି ଥରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବର୍ଷିଛନ୍ତି । ୟୁପି ପୋଲିସର ଏନକାଉଣ୍ଟର ନୀତିକୁ ବିରୋଧ କରି ଓୱେସୀ କହିଛନ୍ତି ଉତ୍ତର ପ୍ରଦେଶ ପୋଲିସ ନୀତି ନିୟମକୁ ଦଳି ବେଆଇନ କାମ କରୁଛି ।

ଯୋଗୀ ସରକାରଙ୍କୁ ସମାଲୋଚନା କରିବାକୁ ଯାଇ କହିଛନ୍ତି ଏହା ଅତ୍ୟାଚାରୀ ସରକାର । ଏହି ସରକାର କବଳରୁ ଜନତାଙ୍କୁ ରକ୍ଷା କରିବାକୁ ପଡିବ । ପୋଲିସ ପାଖରେ ଦଣ୍ଡ ଦେବାର ଅଧିକାର ନାହିଁ । ଦଣ୍ଡ ଦେବାର ଅଧିକାର କେବଳ କୋର୍ଟର । କିନ୍ତୁ ୟୁପି ପୋଲିସ ବିନା ପ୍ରମାଣରେ କେବଳ ଏନକାଉଣ୍ଟରରେ ମାତିଛି । ଯାହା ଦେଶର କେଉଁଠି ହେଉନାହିଁ ।

ଓୱେସୀ ଆହୁରି କହିଛନ୍ତି ପୋଲିସର ଅତ୍ୟାଚାର ଭୟରେ ଅନେକ ଏନକାଉଣ୍ଟର ପୀଡିତ ପରିବାର ମୁହଁ ଖୋଲୁନାହାଁନ୍ତି । ପୋଲିସକୁ ସମାଲୋଚନା କରିବାକୁ ଯାଇ ଓୱେସୀ କହିଛନ୍ତି ପୋଲିସ ଆଇନର ରକ୍ଷକ ହେବା ବଦଳରେ ଜାତିବାଦ ଓ ସାମ୍ପ୍ରଦାୟିକ ଉତ୍ସାହିତ କରୁଛି । ହିନ୍ଦୁତ୍ବ ବିଚାର ଆଗରେ ୟୁପି ପୋଲିସ କାଠ କଣ୍ଢେଇ ସାଜିଛି ।

ସୂଚନା ଅନୁସାରେ 2017 ରେ ୟୁପିରେ ବିଜେପି ସରକାର ଦାୟିତ୍ବ ନେବାପରେ ବର୍ତ୍ତମାନ ସୁଦ୍ଧା 6 ହଜାରରୁ ଉର୍ଦ୍ଧ୍ବ ଏନକାଉଣ୍ଟର ହେଲାଣି । 14 ହଜାର ଅପରାଧୀଙ୍କୁ ଗିରଫ କରିଛି ପୋଲିସ । ତେବେ ଏହି ଏଣକାଉଣ୍ଟରରେ 3 ହଜାର ଅଭିଯୁ୍କ୍ତ ଗମ୍ଭୀର ଭାବେ ଆହତ ହୋଇଥିବା ବେଳେ ପାଖାପାଖି 1 ହଜାର ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି । ଏହାବାଦ 13 ଜଣ ପୋଲିସ ସହିଦ ହୋଇଥିବା ବେଳେ 124 ରୁ ଅଧିକ ଦୁର୍ଦ୍ଦାନ୍ତ ଅପରାଧି ମୃତ୍ୟୁ ବରଣ କରିଛନ୍ତି ।

ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି 124 ଅପରାଧିଙ୍କ ମଧ୍ୟରୁ ପାଖା ପାଖି 50 ଜଣ ଅଧିକାରୀ ଏକ ନିର୍ଦ୍ଦିଷ୍ଟ ବର୍ଗର ଅପରାଧୀ । ଯାହାକୁ ନେଇ ୟୁପି ସରକାର ବିରୋଧରେ ସବୁବେଳେ ମୋର୍ଚ୍ଚା ଖୋଲିଛନ୍ତି ଅସଦୁଦ୍ଦିନ ଓୱେସୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details