ଓଡିଶା

odisha

ETV Bharat / bharat

ଆଇସୋଲେସନ ୱାର୍ଡରେ ଫୋନ ବ୍ୟବହାର ନ କରିବା ଆଦେଶକୁ ପ୍ରତ୍ୟାହାର କଲେ ଯୋଗୀ - ଯୋଗୀ ସରକାର

କୋଭିଡ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ମୋବାଇଲ ଫୋନ ବ୍ୟବହାର ନ କରିବାର ଆଦେଶକୁ ପ୍ରତ୍ୟାହାର କରିଛନ୍ତି ଯୋଗୀ ସରକାର । ସଂକ୍ରମିତ ବ୍ୟକ୍ତି କିଛି ସର୍ତ୍ତ ଅନୁଯାୟୀ ମୋବାଇଲ ଫୋନର ବ୍ୟବହାର କରିପାରିବେ । ଅଧିକ ପଢନ୍ତୁ...

Yogi government revoked an order not to use mobile in isolation ward
ଆଇସୋଲେସନ ୱାର୍ଡରେ ମୋବାଇଲ ବ୍ୟବହାର ନ କରିବା ଆଦେଶକୁ ପ୍ରତ୍ୟାହାର କଲେ ଯୋଗୀ ସରକାର

By

Published : May 24, 2020, 7:35 PM IST

ଲକ୍ଷ୍ନୌ: କୋଭିଡ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ମୋବାଇଲ ଫୋନ ବ୍ୟବହାର ନ କରିବାର ଆଦେଶକୁ ପ୍ରତ୍ୟାହାର କରିଛନ୍ତି ଯୋଗୀ ସରକାର । ସଂକ୍ରମିତ ବ୍ୟକ୍ତି କିଛି ସର୍ତ୍ତ ଅନୁଯାୟୀ ମୋବାଇଲ ଫୋନର ବ୍ୟବହାର କରିପାରିବେ ।

ଆଇସୋଲେସନ ୱାର୍ଡରେ ମୋଇବାଲ ବ୍ୟାନ ନିଷ୍ପତ୍ତିକୁ ନେଇ ଯୋଗୀ ସରକାରଙ୍କୁ ଅଖିଳେଶଙ୍କ ଟାର୍ଗେଟ

ଏହା ପୂର୍ବରୁ ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ମହାନିର୍ଦ୍ଦେଶକ କେ କେ ଗୁପ୍ତାଙ୍କ ପକ୍ଷରୁ ଏକ ଆଦେଶ ଜାରି ହୋଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ, କୋଭିଡ 19 ସମର୍ପିତ ଏଲ2 ଏବଂ ଏଲ2 ହସ୍ପିଟାଲରେ ଭର୍ତ୍ତି ସଂକ୍ରମିତଙ୍କୁ ଆଇସୋଲେସନ ୱାର୍ଡରେ ଫୋନ ନେବାକୁ ଅନୁମତି ମିଳିବ ନାହିଁ । କାରଣ ମୋବାଇଲ ଫୋନ ଦ୍ବାରା ସଂକ୍ରମଣର ବିପଦ ଅଧିକ ଥାଏ । ହେଲେ ଏବେ ଯୋଗୀ ସରକାର ଏହି ଆଦେଶକୁ ପ୍ରତ୍ୟାହାର କରି ସଂକ୍ରମିତ ଆଇସୋଲେସନ ୱାର୍ଡରେ ଫୋନ ବ୍ୟବହାର କରିପାରିବେ ବୋଲି କହିଛନ୍ତି ।

ନୂତନ ଆଦେଶ ଅନୁସାରେ ସଂକ୍ରମିତ ଏହି ସର୍ତ୍ତାବଳୀ ଅନୁସାରେ ଫୋନର ବ୍ୟବହାର କରିପାରିବେ

ନୂତନ ଆଦେଶ ଅନୁସାରେ ସଂକ୍ରମିତ ନିମ୍ନଲିଖିତ ସର୍ତ୍ତାବଳୀ ଅନୁସାରେ ଫୋନର ବ୍ୟବହାର କରିପାରିବେ:-

  • ସଂକ୍ରମିତ ଆଇସୋଲେସନ ୱାର୍ଡରେ ଭର୍ତ୍ତି ହେବା ପୂର୍ବରୁ ନିଜ ପାଖରେ ମୋବାଇଲ ଫୋନ ଏବଂ ଚାର୍ଜର ଅଛି କି ନାହିଁ ସେ ନେଇ ତଥ୍ୟ ଦେବେ ।
  • ନିଜ ମୋବାଇଲ ଫୋନ ଏବଂ ଚାର୍ଜରକୁ ହସ୍ପିଟାଲର ପ୍ରବନ୍ଧକଙ୍କ ମାଧ୍ୟମରେ ସାନିଟାଇଜ କରିବେ ।
  • ସେହିପରି ନିଜ ମୋବାଇଲ ଫୋନ ଏବଂ ଚାର୍ଜରକୁ ସଂକ୍ରମିତ ଅନ୍ୟ କୌଣସି ସଂକ୍ରମିତଙ୍କ ସହ ସେୟାର କରିବେନି ।
  • ଆଇସୋଲେନସ ୱାର୍ଡରୁ ଡିସଚାର୍ଜ ହେବା ପରେ ସଂକ୍ରମିତଙ୍କ ମୋବାଇଲ ଏବଂ ଚାର୍ଜରକୁ ପୁନଶ୍ଚ ସାନିଟାଇଜ କରାଯିବ ।

ପ୍ରକାଶ ଥାଉ କି, ଆଇସୋଲେସନ ୱାର୍ଡରେ ମୋବାଇଲ ବ୍ୟାନ ନିଷ୍ପତ୍ତିକୁ ନେଇ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଯୋଗୀ ସରକାରଙ୍କ ଉପରେ ଟାର୍ଗେଟ କରିଥିଲେ । ସେ ଟ୍ବିଟ କରି କହିଥିଲେ ଯେ, ଯଦି ମୋବାଇଲ ଫୋନ ଦ୍ବାରା ସଂକ୍ରମଣ ବ୍ୟାପୁଛି ତେବେ ସାରା ଦେଶରେ ଏହାକୁ ବ୍ୟାନ କରାଯାଉ ।

ABOUT THE AUTHOR

...view details