ଲକ୍ଷ୍ନୌ: ରାଜ୍ୟର ଅସହାୟ ଏବଂ ଗରିବ ପିଲାଙ୍କ ପାଇଁ ଭବିଷ୍ୟତ ପାଇଁ ଅଭିଭାବକଙ୍କୁ ସହଯୋଗର ହାତ ବଢାଇଛନ୍ତି ଯୋଗୀ ସରକାର । ୟୁପିରେ ଶିଶୁ ଶ୍ରମିକ ହେତୁ ସ୍କୁଲ ଯାଇପାରିନଥିବା 8ରୁ 18 ବର୍ଷ ବୟସର ବେସାହାରା ଏବଂ ଗରିବ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ବାଲ ଶ୍ରମିକ ବିଦ୍ୟା ଯୋଜନାର ଶୁଭାରମ୍ଭ କରିଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗୀ ଖୋଦ୍ ଏହି ଯୋଜନା ଆରମ୍ଭ କରିଛନ୍ତି ।
ଏହି ଅବସରରେ ସିଏମ ଯୋଗୀ କହିଛନ୍ତି ଯେ, ଆଜିର ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନ୍ତର୍ଜାତୀୟ ଶିଶୁ ଶ୍ରମ ନିଷେଧ ଦିବସ ଅବସରରେ ଆମେ ଏଠାରେ ସଂକଳ୍ପ ସହିତ ଜଡିତ ଯେ ଯଦି କୌଣସି ପରିବାର ଏହି ବର୍ଗର ଅଟନ୍ତି ଏବଂ ଯେଉଁ ପିଲାମାନେ ଆମେ ଚୟନ କରିବାକୁ ଯାଉଛୁ ସେମାନଙ୍କ ପରିବାରକୁ ରାସନ କାର୍ଡ, ଆୟୁଷ୍ମାନ ଭାରତ କାର୍ଡ, ପିଏମ ଆବାସ ଯୋଜନା କିମ୍ବା ସିଏମ ଆବାସ ଯୋଜନା ଅଧୀନରେ ଘର ଯୋଗାଇବା ସହ ଉକ୍ତ ପରିବାରକୁ ସରକାରୀ ଯୋଜନାରେ ଆଣିବା ପାଇଁ ଏକ କୌଶଳର ବିକାଶ କରିପାରିବା । ଯାହା ଦ୍ବାରା ସରକାରଙ୍କ ସମସ୍ତ ଯୋଜନା ସେମାନେ ପାଇପାରିବେ ।
ଏହି ଯୋଜନା ଅଧୀନରେ ଶିଶୁ ଶ୍ରମିକକୁ ଦୂର କରିବା ପାଇଁ ଯୋଗୀ ସରକାର ଶିଶୁ ଶ୍ରମିକ ସହିତ ଜଡିତ 8 ରୁ 18 ବର୍ଷ ବୟସର ପିଲାମାନଙ୍କୁ ପାଠ ପଢିବାରେ ସାହାଯ୍ୟ କରିବେ । ସେମାନଙ୍କୁ ଅଟଳ ଆବାସିକ ବିଦ୍ୟାଳୟରେ ମଧ୍ୟ ଆଡମିସନ କରାଯିବ ।
ଯୋଗୀ ସରକାର ଘୋଷଣା କରିଛନ୍ତି ଯେ ଏହି ଯୋଜନା ଅଧୀନରେ ମାସିକ 1000 ଟଙ୍କା ପୁଅମାନଙ୍କୁ ଏବଂ 1200 ଟଙ୍କା ଝିଅମାନଙ୍କୁ ଦିଆଯିବ । ଏଥିସହିତ ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀରେ ପଢୁଥିବା ଏହି ବର୍ଗର ପିଲାମାନଙ୍କୁ ମାସିକ ପ୍ରୋତ୍ସାହନ ରାଶି ବ୍ୟତୀତ ବାର୍ଷିକ 6000 ଟଙ୍କା ବାର୍ଷିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।
ସେହିପରି ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ, ଯେଉଁ ଶିଶୁ ଶ୍ରମିକଙ୍କ ଅଭିଭାବକ ନାହାନ୍ତି କିମ୍ବା ବାପା ମା ମଧ୍ୟରୁ ଜଣେ କେହି ନାହାନ୍ତି କି ଦିବ୍ୟାଙ୍ଗ କିମ୍ବା ଭୂମିହୀନ ଥିବା ପିଲାମାନଙ୍କୁ ଯୋଗୀ ସରକାର ସାହାଯ୍ୟ କରିବେ । ଏଥିପାଇଁ ସରକାର ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି । ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ 57ଟି ଜିଲ୍ଲାର 2ହଜାର ପିଲାଙ୍କୁ ଚୟନ କରାଯାଇଛି । ଯେଉଁଥିରେ ଅଧିକାଂଶ ମାମଲା ଶିଶୁ ଶ୍ରମିକଙ୍କ ରହିଛି । ଏହି ସମସ୍ତ ପିଲାମାନଙ୍କ ପରିବାରକୁ ସମସ୍ତ ସରକାରୀ ଯୋଜନା ଯୋଗାଇ ଦିଆଯିବ ।
ଅଟଳ ଆବାସିକ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ମାଗଣା ଖାଦ୍ୟ, ଘର ଏବଂ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ମିଳିବ । ଏତଦବ୍ୟତୀତ ଯେଉଁମାନଙ୍କ ପାଠପଢା ବ୍ୟତୀତ ଖେଳରେ ବି ଇଚ୍ଛା ଥିବା ସେମାନଙ୍କୁ ସ୍ପୋର୍ଟ୍ସ ଟ୍ରେନିଂ ମଧ୍ୟ ଦିଆଯିବ । ସେହିପରି ଅନ୍ୟ ପାଠପଢା ଏବଂ ଖେଳ ଛଡା ଅନ୍ୟ କେଉଁଥିରେ ରୁଚି ଥିବା ପିଲାଙ୍କୁ ସ୍କିଲ ଡେଭଲ୍ଫମେଣ୍ଟ ଟ୍ରେନିଂ ଦିଆଯିବ ।