ଓଡିଶା

odisha

ETV Bharat / bharat

ପ୍ରୟାଗରାଜରୁ 300 ବସରେ ଘରକୁ ଯିବେ 10 ହଜାର ଛାତ୍ରଛାତ୍ରୀ - lockdown

ପ୍ରୟାଗରାଜରୁ ନିଜ ଘର ଅଭିମୁଖେ ଯାତ୍ରା କରିବା ସମୟରେ ସମସ୍ତ ଛାତ୍ରଛାତ୍ରୀ ବସରେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦେବା ସହ, ପାଖରେ ଆଇଡି କାର୍ଡ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଅଧିକ ପଢନ୍ତୁ...

ପ୍ରୟାଗରାଜରୁ 300 ବସରେ ଘରକୁ ଯିବେ 10 ହଜାର ଛାତ୍ରଛାତ୍ରୀ
ପ୍ରୟାଗରାଜରୁ 300 ବସରେ ଘରକୁ ଯିବେ 10 ହଜାର ଛାତ୍ରଛାତ୍ରୀ

By

Published : Apr 28, 2020, 1:29 PM IST

ଲକ୍ଷ୍ନୌ: କୋରୋନା ମୁକାବିଲା ପାଇଁ ଲକଡାଉ ହେତୁ ହଜାର ହଜାର ଲୋକ ନିଜ ଘରୁ ଦୂରେଇ ଯାଇଛନ୍ତି । ୟୁପିର ପ୍ରୟାଗରାଜରେ ସବୁଠାରୁ ଅଧିକ କମ୍ପିଟେଟିଭ ଛାତ୍ରଛାତ୍ରୀମାନେ ଫସି ରହିଛନ୍ତି । ଯୋଗୀ ଏଠାରେ ଫସି ରହିଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଆଶ୍ବସନା ଦେଇଛନ୍ତି ଏବଂ ସମସ୍ତଙ୍କୁ ଘରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଦେଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଦୁଇ ଦିନ ମଧ୍ୟରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ନିଜ ଜିଲ୍ଲାକୁ ପଠାଇବା ପାଇଁ ବ୍ୟବସ୍ଥା କରାଯିବ। ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ପହଞ୍ଚାଇବାକୁ ସରକାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସିଏମ ଯୋଗୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ତୁରନ୍ତ ବ୍ୟବସ୍ଥା ଆରମ୍ଭ କରିଛି। ସୋମବାର ରାତି 9 ଟାରୁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଘରକୁ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରୟାଗରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କ ଆନୁମାନିକ ସଂଖ୍ୟା ପ୍ରାୟ 10 ହଜାର ହେବ । ଏହି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ 300 ବସରେ ପର୍ଯ୍ୟାୟକ୍ରମେ ସେମାନଙ୍କ ଜିଲ୍ଲାରେ ପହଞ୍ଚାଯିବ । ଏଥିପାଇଁ ଜିଲ୍ଲାର ଅଧିକାରୀଙ୍କ ଦାୟିତ୍ବ ସ୍ଥିର କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ଛାତ୍ରୀ ଓ ଛାତ୍ରମାନଙ୍କ ପାଇଁ ଅଲଗା ଅଲଗା ବସ୍ ବ୍ୟବସ୍ଥା କରାଯାଇଛି ।

ସମସ୍ତ ପରିବହନ ବସରେ ପରିବହନ କର୍ମୀଙ୍କ ସହ ପୋଲିସ ନିୟୋଜିତ ହେବେ , ଯାହାଦ୍ବାରା ସୁରକ୍ଷିତ ଭାବରେ ସେମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ । 3 ଟି ଭିନ୍ନ ସ୍ଥାନରୁ ପ୍ରୟାଗରାଜ ରୁ 300 ବସ୍ ଚଳାଚଳ କରିବ । ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଜ ଘରକୁ ପଠାଇବା ପୂର୍ବରୁ ସମସ୍ତଙ୍କ ଫୋନ୍ ନମ୍ବର ଏବଂ ସମ୍ପୂର୍ଣ୍ଣ ଠିକଣା ପ୍ରଶାସନରେ ପଞ୍ଜୀକୃତ ହେବ। ପ୍ରଥମ ପର୍ଯ୍ୟାୟରେ ସୋନଭଦ୍ର, ମିର୍ଜାପୁର, ଚନ୍ଦୌଲି ବାରାଣାସୀ, ଜୈନପୁର, ପ୍ରତାପଗଡ, ଫତେହପୁରର କୁ ପଠାଯିବ। ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ବସ୍ ଗୁଡିକରୁ ଅନ୍ୟ ସ୍ଥାନରେ ଛାତ୍ରଛାତ୍ରୀ ମାନଙ୍କୁ ପହଞ୍ଚାଇବ।

ଏଥି ସହିତ ଡିଏମ ଭାନୁ ଚନ୍ଦ୍ର ଗୋସ୍ୱାମୀ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଛାତ୍ରଛାତ୍ରୀ ମାନଙ୍କୁ ଘରକୁ ପଠାଇବା ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କରିଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ ବିଦ୍ୟାର୍ଥୀ ମାନଙ୍କୁ ମଙ୍ଗଳବାର ରାତି 9ଟା ବେଳେ ରୋଡୱେ ବସ୍ ଯୋଗେ ପଠାଯିବ। ଅନ୍ୟ ସ୍ଥାନରେ ରହୁଥିବା ଛାତ୍ରମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ୍ 29 ରେ ସକାଳ 10 ଟାରୁ ପଠାଯିବ । ଛାତ୍ରମାନେ ବସରେ ସାମାଜିକ ଦୂରତା ଅନୁସରଣ କରିବା ଜରୁରୀ ।

ABOUT THE AUTHOR

...view details