ଓଡିଶା

odisha

ETV Bharat / bharat

ୟୁପି କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ପୋଲିସ କମିଶନରେଟ ବ୍ୟବସ୍ଥା ଲାଗୁ - ୟୁପି କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଆଜି ଉତ୍ତରପ୍ରଦେଶ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେବହୁ ମହତ୍ତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି।

Yogi cabinet meeting
ୟୁପି କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

By

Published : Jan 13, 2020, 1:37 PM IST


ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ସୋମବାର ଉତ୍ତରପ୍ରଦେଶ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟରେ ପୋଲିସ କମିଶନରେଟ ବ୍ୟବସ୍ଥା ଲାଗୁ କରାଯିବା ଭଳି ମହତ୍ତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି। ଏହିକ୍ରମରେ ଲକ୍ଷ୍ନୌ ଓ ଗୌତମ ବୁଦ୍ଧ ନଗର(ନୋଏଡା) ଜିଲ୍ଲାରେ ପୋଲିସ କମିଶନରଙ୍କୁ ନିଯୁକ୍ତ କରାଯାଇଛି।

ଗତ କିଛି ଦିନ ପୂର୍ବରୁ ଯୋଗୀ ଆଦିତ୍ୟନାଥଙ୍କ ସରକାର ଲକ୍ଷ୍ନୌ ଓ ନୋଏଡାର ଆଇପିଏସ ଅଫିସରଙ୍କ ପାଇଁ ଉଦ୍ଧିଷ୍ଟ ଏସଏସପି ପଦବୀ ଖାଲି କରିଥିଲେ । ଏହାପରେ ସରକାର ପୋଲିସ କମିଶନରେଟ ବ୍ୟବସ୍ଥା ଲାଗୁକରିବା ନେଇ ଚର୍ଚ୍ଚା ହେଉଥିଲା। ପୋଲିସ କମିଶନର ପଦବୀ ଲାଗୁକରାଯିବା ନେଇ ଆଇଏଏସ ଓ ଆଇପିଏସ ମଧ୍ୟରେ ଦ୍ବନ୍ଦ୍ବ ଲାଗି ରହିଥିଲା। ସୁଜି ପାଣ୍ଡେଙ୍କୁ ଲକ୍ଷ୍ନୌର ପ୍ରଥମ ପୋଲିସ କମିଶନର ଭାବେ ନିଯୁକ୍ତି ମିଳିଛି।

ୟୁପି କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଲାଗୁହେଲା ପୋଲିସ କମିଶନରେଟ ବ୍ୟବସ୍ଥା

ପୋଲିସ କମିଶନର ବ୍ୟବସ୍ଥା ସହ ଯୋଗୀ ଆଦିତ୍ୟନାଥଙ୍କ ସରକାର ଚାଷୀ ଦୁର୍ଘଟଣା ବୀମା ଯୋଜନା, ଅଜୟ ଦେବଗନଙ୍କ ତାନାଜୀ ଚଳଚ୍ଚିତ୍ରକୁ କର ମୁକ୍ତ, ଘାଘରା ନଦୀର ନାମ ପରିବର୍ତ୍ତନ, ରାଏବରେଲିରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଭୂମି ସ୍ଥାନାନ୍ତର ଆଦି ବିଭିନ୍ନ ପ୍ରସଙ୍ଗକୁ ୟୁପି କ୍ୟାବିନେଟ ଅନୁମୋଦନ କରିଛି।

ABOUT THE AUTHOR

...view details